Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଇଏମ୍‌ଏସ ଓ ସମ୍‌ ହସ୍ପିଟାଲରେ ଦୁଇ ଦିନିଆ ଡାକ୍ତରୀ ଶିକ୍ଷା ତାଲିମ କର୍ମଶାଳା

16/10/2020 at 3:01 PM

ଭୁବନେଶ୍ବର ୧୬।୧୦: ଆଇଏମ୍‌ଏସ ଓ ସମ୍‌ ହସ୍ପିଟାଲରେ ଡାକ୍ତରୀ ଶିକ୍ଷା ଓ ତାଲିମ୍‌ ନେଇ ଏକ କର୍ମଶାଳା ଆରମ୍ଭ ହୋଇଛି । ଆଇଏମ୍‌ଏସ୍‌ ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ ଏବଂ ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହାକୁ ଉଦ୍‌ଘାଟନ କରିଛନ୍ତି । ଦୁଇଦିନ ଧରି ଏହି କର୍ମଶାଳା ଚାଲିବ । ଏଥିରେ ଡାକ୍ତରୀ ପ୍ରଶିକ୍ଷକଙ୍କୁ ପାଠପଢ଼ାଇବା ନେଇ ଟ୍ରେନିଂ ଦିଆଯିବ । ଯାହାଦ୍ୱାରା ପ୍ରଶିକ୍ଷକମାନେ ଡାକ୍ତରୀ ଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ଦେଇପାରିବେ ।

ଜାତୀୟ ମେଡିକାଲ କମିଶନ ଦ୍ୱାରା ଅନୁମୋଦିତ ଏହି କର୍ମଶାଳାର ପରିଚାଳନା ଦାୟିତ୍ୱରେ ଅଛନ୍ତି, ଆଇଏମ୍‌ଏସ୍‌ ଡାକ୍ତରୀ ଶିକ୍ଷାର ସଂଯୋଜକ ତଥା ସର୍ଜରୀ ବିଭାଗ ପ୍ରଫେସର ଡା ପ୍ରକାଶ କୁମାର ସାହୁ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପ୍ରଫେସର ଡା ରୋମା ରତନ, ନ୍ୟାସନାଲ ମେଡିକାଲ କମିଶନ ପକ୍ଷରୁ ପରିଦର୍ଶକ ଭାବେ ନିୟୋଜିତ ହୋଇଥିଲେ । କର୍ମଶାଳାରେ ମୋଟ ୩୦ ଜଣ ପ୍ରଶିକ୍ଷଣ ଦେଉଥିବା ଡାକ୍ତର ଓ ୧୨ ବରିଷ୍ଠ ପ୍ରଫେସର ତାଲିମ୍‌ ଦେଇଥିଲେ । ଏହି କର୍ମଶାଳା ଦ୍ୱାରା ପ୍ରଶିକ୍ଷଣ ଦେଉଥିବା ଡାକ୍ତରମାନେ ତାଲିମପ୍ରାପ୍ତ ହୋଇ ଡ଼ାକ୍ତରୀ ଛାତ୍ରଙ୍କୁ ଉଚ୍ଚମାନର ଶିକ୍ଷା ଦାନ କରିବେ ।

ସୂଚନା ଥାଉକି, ଜାତୀୟ ସ୍ତରରେ ଡାକ୍ତରୀ ଶିକ୍ଷାର ମାନ ନିର୍ଦ୍ଧାରଣ ଓ ସୁପରିଚାଳନା ପାଇଁ ମେଡିକାଲ କାଉନ୍‌ସିଲ୍‌ ଅଫ ଇଣ୍ଡିଆ ବା ଭାରତୀୟ ଅର‌୍ୟୁର୍ବିଜ୍ଞାନ ସଂସ୍ଥା ସର୍ବଦା ଚେଷ୍ଟିତ । ନ୍ୟାସନାଲ ମେଡିକାଲ କମିଶନ ବା ଜାତୀୟ ଅୟୁର୍ବିଜ୍ଞାନ କମିଶନ ବୋଲି ଏହାର ନୂତନ ନାମକରଣ ହୋଇଛି ।

   Related Posts