Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପାରାଦୀପରେ ଆଜିଠୁ ୨ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’, ସାମିଲ ହେବେ ଭାରତୀୟ ନୌସେନା-ତଟରକ୍ଷୀ ବାହିନୀ-ମେରାଇନ୍ ପୋଲିସ

12/01/2021 at 8:56 AM

ପାରାଦୀପ ୧୨।୦୧: ପାରାଦୀପରେ ଆଜିଠୁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’ । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଉପକୂଳରେ ଥିବା ସମସ୍ତ ମେରାଇନ୍ ଥାନା ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ବିଶାଖାପାଟଣା ଓ ନାଭାଲ ଅଫିସର ଇନଚାର୍ଜ ଓଡିଶା ଦ୍ବାରା ଆୟୋଜିତ ହୋଇଥିବା ସୂଚନା।

ସୂଚନାଯୋଗ୍ୟ ଯେ, ଦେଶରେ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣ ଘଟଣା ସାରାଦେଶରେ ସୁରକ୍ଷା ବ୍ଯବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେଣୁ ଦେଶରେ ଆଗାମୀ ଦିନରେ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଶତ୍ରୁକୁ କିଭଳି ମୁକାବିଲା କରିବାକୁ ହେବ । ସେ ନେଇ ତଟ ସୁରକ୍ଷା ସହିତ ଜଡ଼ିତ ଥିବା ବିଭିନ୍ନ ବିଭାଗ ଗୁଡ଼ିକ କେତେ ପାରଙ୍ଗମ ତା’ର ସମୀକ୍ଷା କରିବା । ସେହିପରି କିଭଳି ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ବିପଦର ମୁକାବିଲା କରିବେ । ସେନେଇ ଏପରି ସମରାଭ୍ୟାସ ହୋଇଆସୁଛି ।

ଭାରତୀୟ ତଟ ରକ୍ଷା ବାହିନୀ, ଭାରତୀୟ ନୌସେନା, ପାରାଦୀପ ବନ୍ଦର, ସିଆଇଏସ୍‌ଏଫ୍‌, ଓଡ଼ିଶା ପୁଲିସ, ମେରାଇନ୍‌ ପୁଲିସ, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ(ମେରାଇନ୍‌), ବନବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରାୟ ୧୩ଟି ବିଭାଗ ଏଥର ସାମିଲ ହେବାର ସୂଚନା ରହିଛି । ଏଥିରେ ରେଡ୍‌ ଓ ବ୍ଲୁ ନାମରେ ଦୁଇଟି ଦଳ ଗଠନ କରାଯାଏ । ଗୋଟିଏ ଦଳକୁ ନକଲି ଆତଙ୍କବାଦୀ ବା ଅନୁପ୍ରବେଶକାରୀ ହେବାକୁ ନିର୍ଦ୍ଦେଶ ଦିଆଯାଏ ଯେଉଁମାନେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପୂର୍ବରୁ ଚିହ୍ନଟ ହୋଇଥିବା ପଏଣ୍ଟ ଗୁଡ଼ିକରେ ପଶିବାକୁ ଚେଷ୍ଟା କରିବେ । ଏହାକୁ ପ୍ରତିହତ କରିବେ ଅନ୍ୟ ଦଳର ସଦସ୍ୟମାନେ । ଏପରି ଭାବେ ସମରଭ୍ୟାସ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି ।

   Related Posts