Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

‘ପ୍ରମେୟ’ ଓ ‘ନ୍ୟୁଜ୍ ସେଭେନ’ର ଦୁଇ ଦିନିଆ ଜାତୀୟ ବିଜ୍ଞାପନ କାର୍ଯ୍ୟକର୍ତ୍ତା ସମ୍ମିଳନୀ

18/03/2019 at 6:41 PM

ଭୁବନେଶ୍ବର ୧୮|୩ : ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ନ୍ୟାସନାଲ ମାର୍କେଟିଂ ଟିମର ଦୁଇ ଦିନିଆ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି । ହୋଟେଲ ସ୍ବସ୍ତି ପ୍ରିମିୟମ୍ ଠାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଓଡିଶା ପାଇଁ ଜାତୀୟ ବିଜ୍ଞାପନ ବଜାରରେ ଥିବା ସମ୍ଭାବନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ପ୍ରମେୟ ଓ ନ୍ୟୁଜ୍ ସେଭେନ୍ ର ମାର୍କେଟିଂ ଆଣ୍ଡ୍ ସେଲସ ଭାଇସ୍ ପ୍ରେସିଡେଣ୍ଟ ଲିଙ୍ଗରାଜ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ଦାସ ଅତିଥି ଭାବେ ଯୋଗଦେଇଥିଲେ ।

ରାଜ୍ୟ ଓ ରାଜ୍ୟ ବାହାରେ ପ୍ରମେୟ ଏବଂ ନ୍ୟୁଜ୍ ସେଭେନର ଆଦୃତି ବୃଦ୍ଧି ପାଉଥିବା ଗ୍ରୁପ ଏଡିଟର ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଲୋକଙ୍କ ବିଶ୍ବାସ ଜିତିବା କ୍ଷେତ୍ରରେ ପ୍ରମେୟ ଖବରକାଗଜ ସବୁଠୁ ଆଗରେ ରହିଛି । ବିଶ୍ବସନୀୟତାକୁ ପୁଞ୍ଜି କରି ଆଗକୁ ମଧ୍ୟ ତାର ଅଭିଯାନ ଜାରି ରଖିବ । ସେହିଭଳି ସିଇଓ ଶ୍ରୀ ଦାସ କହିଥିଲେ ଯେ, ବୈଷୟିକ ଓ ମାନବ ସମ୍ବଳ ଦୃଷ୍ଟିକୋଣରୁ ପ୍ରମେୟ ଏକ ଉଚ୍ଚ କୋଟିର ଟିମ୍ ହେବା ସହ ଲୋକଙ୍କ ମନ ଜିତିପାରିଛି ।

ଏହି ସମ୍ମିଳନୀରେ ପ୍ରମେୟ ସେଲସ ହେଡ୍ ଏସ.ଏଫ. ଅଲ୍ଲୀ, ନ୍ୟୁଜ୍ ସେଭେନର ସେଲସ ହେଡ୍ ସିଦ୍ଧାର୍ଥ ରାୟ, ପ୍ରମେୟ ଡିଜିଏମ ସୁଶାନ୍ତ ମହାପାତ୍ର, ନ୍ୟାସନାଲ ମାର୍କେଟିଂର ସହ ପ୍ରବନ୍ଧକ ଅଭିଶେକ ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇ ବିଜ୍ଞାପନ କ୍ଷେତ୍ରରେ ଓଡିଶାର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ଏହି ସମ୍ମିଳନୀରେ ଦିଲ୍ଲୀ ଏବଂ ଉତ୍ତରାଞ୍ଚଳ ଦାୟିତ୍ବରେ ଥିବା ବିଜ୍ଞାପନ ବିଭାଗର ମହାପ୍ରବନ୍ଧକ ଏ.ଓ୍ବାଇ. ଦାସ, ବେଙ୍ଗାଲୁରୁ ଦାୟିତ୍ବରେ ଥିବା ଏ.ଆର. କୁମାର, ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳ ଦାୟିତ୍ବରେ ଥିବା ବିଜ୍ଞାପନ ମହାପ୍ରବନ୍ଧକ ହେମନ୍ତ ମୁଲାୟ, ଚେନ୍ନାଇ ଦାୟିତ୍ବରେ ଥିବା ଆନନ୍ଦ ଏସଆର, ହାଇଦ୍ରାବାଦ ଦାୟିତ୍ବରେ ଥିବା ରାଜେଶ୍ବର ରାଓ, ଅହମ୍ମଦାବାଦ ଦାୟିତ୍ବରେ ଥିବା ସିଜୁ ମେନନ, ବିନୋଦ ନୟାର, ମୁମ୍ବାଇ ଦାୟିତ୍ବରେ ଥିବା ବିଷ୍ଣୁ ମହାନ୍ତି ପ୍ରମୁଖ ଜାତୀୟ ବିଜ୍ଞାପନ ସ୍ଥିତି ଓ ଚିତ୍ର ସଂପର୍କରେ ଆଲୋକପାତ କରିଥିଲେ । ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ଡିଜିଟାଲ ମିଡିଆ ମୁଖ୍ୟ ଶିଶିର ଭଟ୍ଟମିଶ୍ର ଏହି ସମ୍ମିଳନୀରେ ଯୋଗଦେଇ ଡିଜିଟାଲ ମାର୍କେଟିଂ ସଂପର୍କରେ ଆଲୋଚନା କରିଥିଲେ ।

   Related Posts