ତିନୋଟି ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା

Published By : Prameya-News7 Bureau | November 20, 2019 IST

ବଲାଙ୍ଗୀର୨୦।୧୧: ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ତିନୋଟି ପ୍ରମୁଖ ଦାବିରେ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ବଲାଙ୍ଗୀର ଏକ୍ସନ କମିଟି ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଓ ବଲାଙ୍ଗୀର ବାସୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

{"id":186922,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ଓ ଆସନ୍ତାକାଲି ଧରି ଦୁଇ ଦିନ ଧରି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ବଲାଙ୍ଗୀର ଠାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପୁନଃ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ଓ  ବାଇପାସ ରାସ୍ତାର କାମ ତ୍ବାରାନ୍ବିତ ଦାବିରେ ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, କୋର୍ଟ,  ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ ଓ ଅନ୍ୟାନ୍ୟ ବେସରକାରୀ ଅଫିସ ବନ୍ଦ ରହିଛି । ଆକ୍ସନ କମିଟି ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.