୩ଦଫା ଦାବି ନେଇ ୨ଦିନିଆ ବଲାଙ୍ଗାର ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ

Published By : Prameya-News7 Bureau | December 18, 2019 IST

ବଲାଙ୍ଗିର ୧୮।୧୨: ଆଜିଠୁ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ । ତିନିଦଫା ଦାବି ନେଇ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପିକେଟିଂ କରାଯାଉଛି ।

{"id":199124,"sizeSlug":"large"}

ସୂଚନାଯୋଗ୍ୟ ଯେ, ତିନିଦଫା ଦାବି ନେଇ ବଲାଙ୍ଗୀର ଆକ୍ସନ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ବଲାଙ୍ଗୀର ୨ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ତିନି ଦଫା ଦାବିଗୁଡିକ- ୧-ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ନିର୍ମାଣ କରାଯିବା, ୨-ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନସ୍ଥାପନ କରାଯାଉ ଓ ୩-ବଲାଙ୍ଗୀର ବାଏ ପାସ ରାସ୍ତାର କାମକୁ ତ୍ବରାନ୍ବିତ କରାଯିବା ଭଳି ୩ଟି ଦାବି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ବ୍ୟାଙ୍କ  ଓ ପୋଷ୍ଟ ଅଫିସ ବନ୍ଦ ରହିବ । ଆନ୍ଦୋଳନକାରୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଛି ।

{"id":199125,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.