ଭାରତ ବନ୍ଦ : କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ବନ୍ଦ ପାଳନ, ୧୦ରୁ ଅଧିକ ଶ୍ରମିକ ସଂଗଠନର ସମର୍ଥନ

Published By : Prameya-News7 Bureau | January 08, 2019 IST

ଭୁବନେଶ୍ବର ୮|୧: ଆଜିଠୁ ଭାରତ ବନ୍ଦ । ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ଦୁଇ ଦିନିଆ ଭାରତ ବନ୍ଦ ପାଳନ କରୁଛନ୍ତି ୧୦ଟି ଶ୍ରମିକ ସଂଗଠନ । ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଆମ ରାଜ୍ୟର ବିଜେଡି ଓ କଂ​ଗ୍ରେସ ମଧ୍ୟ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି ।

{"id":71513}

ଆଜି  ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍ ଅଛନ୍ତି।କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଟ୍ରେଡ ୟୁନିୟନ ସଂଶୋଧନ ବିଲ୍ ୨୦୧୮ ବିରୋଧରେ ହିଁ ସିଟୁ ସମେତ ଟ୍ରେଡ ୟୁନିଅନଗୁଡ଼ିକ ବନ୍ଦ ଡାକରା ଦେଇଛନ୍ତି। ମେକ୍ ଇଣ୍ଡିଆ ନାଁରେ କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଉଛନ୍ତି। ଏଥିରେ ସରକାରୀ ସଂସ୍ଥା ଓ କମ୍ପାନିଗୁଡ଼ିକର କର୍ମଚାରୀ ପ୍ରଭାବିତ ହେବାକୁ ଯାଉଛନ୍ତି।  ପ୍ରତିରକ୍ଷା କ୍ଷେତ୍ରରେ  ସରକାରଙ୍କ ବିଦେଶୀ କମ୍ପାନିକୁ ଅନୁଗ୍ରହ ଦେଖାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।

{"id":71518}

ଭାରତୀୟ ମଜଦୂର ସଂଘ ଓଡ଼ିଶା ନିଜକୁ ଏହି ବନ୍ଦର ଠାରୁ ଦୂରେଇ ରଖିଛି। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । ସେହିପରି ରାଜ୍ୟରେ ପୋଲିସ ମଧ୍ୟ ବିଶେଷ ଭାବେ ସତର୍କ ହୋଇପଡ଼ିଛି। ଯେଭଳି କୌଣସି ହିଂସାକାଣ୍ଡ ନ ଘଟେ, ଏବଂ ଅତ୍ୟାବଶ୍ୟକ ସେବା ପ୍ରଭାବିତ ନ ହୁଏ ତା ଉପରେ ଦୃଷ୍ଟି ରଖିଛି ପୋଲିସ ।

{"id":71519}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.