Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଆଜି ଠାରୁ ୨ ଦିନିଆ ବ୍ୟାଙ୍କ୍ ଷ୍ଟ୍ରାଇକ୍

30/05/2018 at 4:52 AM

ଆଜି ଠାରୁ ୨ ଦିନିଆ ବ୍ୟାଙ୍କ୍ ଷ୍ଟ୍ରାଇକ୍ । ସାରା ଦେଶରେ ୨ ଦିନ ଧର୍ମଘଟ କରିବାକୁ ବ୍ୟାଙ୍କ୍ ଅଧିକାରୀ ଓ କର୍ମଚାରୀ ସଂଘ ଘୋଷଣା କରିଛି । ବୁଧବାର, ଗୁରୁବାର ୨ ଦିନ ଧରି ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ବ୍ୟାଙ୍କ ସଂଘ ୨ ପ୍ରତିଶତ ଦରମା ବୃଦ୍ଧି କରାଇଥିବା ବେଳେ ତାର ପ୍ରତିବାଦ କରିଛି ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ । ଗତ ମାର୍ଚ୍ଚ ୩୧ ତାରିଖରେ ଭାରତୀୟ ବ୍ୟାଙ୍କ ସଂଘ ଏହି ପ୍ରସ୍ତାବ ଦେଇଥିବା ବେଳେ ପ୍ରତ୍ୟାଖ୍ୟାନ କରିଥିଲା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏନ୍.ପି.ଏ ଅଧିକ ହେଉଥିବାରୁ ଦରମା ବୃଦ୍ଧି କମ୍ କରିବାକୁ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ନିଷ୍ପତ୍ତି ନେଇଛି । ତେବେ ଏନ୍.ପି.ଏ ପାଇଁ ବ୍ୟାଙ୍କ କର୍ମଚାରୀ କିମ୍ବା ଅଧିକାରୀ ସିଧାସଳଖ ଦାୟୀ ନୁହଁନ୍ତି ବୋଲି କହିଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହି ଧର୍ମଘଟରେ ଏଟିଏମ୍ ସିକ୍ୟୁରିଟି ଗ୍ରାଡ ମଧ୍ୟ ସାମିଲ୍ ହେବେ । ତେଣୁ ଏ.ଟି.ଏମ୍ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ତେବେ ଏହି ଧର୍ମଘଟରେ ସାମିଲ ହେବେନ୍ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ।

Leave a Reply

   Related Posts