Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ସମ୍ପତ୍ତି ପାଇଁ ବାପଘରେ ଝିଅଙ୍କ ଉତ୍ପାତ: ବାପା-ମାଆଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଲେ ୨ ଝିଅ

16/06/2020 at 3:21 PM

ଭଦ୍ରକ୧୬/୬: ସମ୍ପତ୍ତି ପାଇଁ ଭାଇ-ଭାଇଙ୍କ ମଧ୍ୟରେ କଳି ଝଗଡ଼ା​‌ ହେବାର ଆପଣ ଶୁଣିଥିବେ। ଏମିତି କି ସମ୍ପତ୍ତି ପାଇଁ ବାପାଙ୍କୁ ନିର୍ଯାତନା ଦେବା ଭଳି ଘଟଣା ନଜୀର ରହିଛି। କିନ୍ତୁ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବାପାଙ୍କୁ ଝିଅମାନେ ନିର୍ଯାତନା ଦେବା କଥା ଏହା ବୋଧେ ପ୍ରଥମ।  ସମ୍ପତ୍ତି ପାଇଁ ବାପାଙ୍କୁ ୨ ଝିଅ ନିର୍ଯାତନା ସହ ମାଡ଼ ଗାଳି ମଧ୍ୟ ଦେଇଛନ୍ତି। ସମ୍ପତ୍ତି ଲୋଭରେ ଅନ୍ଧ ହୋଇ  ଝିଅମାନେ ନିଜ ବାପାଙ୍କୁ ଘରୁ ତଡି ଦେଇଛନ୍ତି। ଏପରି କି ଝିଅ ମିଶି ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ବାପା ଅଭିଯୋଗ କରିଛନ୍ତି।

ଝିଅମାନଙ୍କ ଅତ୍ୟାଚାର ସହି ନ ପାରି ନ୍ୟାୟ ପାଇଁ ଶେଷରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବାପା। ପ୍ରଥମେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ନ୍ୟାୟ ମିଳି ନଥିଲା। ତେଣୁ ସେ ବାଧ୍ୟ ହୋଇ  ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପା ଧାରଣା ଦେଇଛନ୍ତି। ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ମହେଶ୍ବର ନାୟକଙ୍କ ତିନି ଝିଅ। ସେମାନେ ସମସ୍ତେ ବିବାହିତା। ବୃଦ୍ଧ ବାପା ମହେଶ୍ବର ଓ ତାଙ୍କ ସ୍ତ୍ରୀ ଉଭୟ ଘରେ ରହନ୍ତି। ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ତିନିଜଣଙ୍କ ମଧ୍ୟରୁ ୨ ଝିଅଙ୍କ କଳିଝଗଡ଼ା ଲାଗୁଥିଲା। ବାପ ଘରକୁ ଆସି ୨ ଝିଅମିଶି ବାପାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ତଡ଼ି ଦେଇଥିଲେ।

ଝିଅଙ୍କ ନିର୍ଯାତନା ସହି ନପାରି ଶେଷରେ ବାପା ଭଣ୍ଡାରିପୋଖରୀ ଥାନାର ଆଶ୍ରୟ ନେଇଥିଲେ। ଏ ନେଇ ଝିଅମାନେ ତାଙ୍କ  ସ୍ବାମୀଙ୍କୁ ମାଡ଼ ମାରିଥିବାରୁ, ଭଣ୍ଡାରିପୋଖରୀ ଥାନାରେ ମହେଶ୍ବରଙ୍କ ପତ୍ନୀ ସୁମିତ୍ରା ୧୧ ତାରିଖରେ ଅଭିଯୋଗ କରିଥିଲେ। ଭଣ୍ଡାରିପୋଖରୀ ପୋଲିସ୍‌ ସେମାନଙ୍କୁ ନ୍ୟାୟ ପ୍ରଦାନ ନ କରି ଅଭିଯୋଗକାରୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ କରିଛନ୍ତି ମହେଶ୍ବର ନାୟକ।  କିନ୍ତୁ ଅନ୍ୟପଟେ ଦୁଇ ଝିଅ ସମ୍ପତ୍ତି ଲୋଭରେ ବାପାଙ୍କୁ  ମାଡ଼ ମାରିଥିବା ବେଳେ, ଆଉ ଗୋଟିଏ ଝିଅ ବାପାଙ୍କୁ ନ୍ୟାୟ ମିଳିବା ନେଇ ଅଣ୍ଟା ଭିଡିଛନ୍ତି। 

   Related Posts