ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ ଦୁଇ ଝିଅ ପରାସ୍ତ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର ୨୩ ।୫: ପରିବାରବାଦ ରାଜନୀତିରେ ଚଳିତ ନିର୍ବାଚନରେ ବହୁ ପରିବାରରୁ ଏକାଧିକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଚର୍ଚ୍ଚାରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ । ଦୁଇ ଭଉଣୀ ହୋଇଥିଲେ ମଧ୍ୟ ଦୁଇ ଜଣ ଭିନ୍ନ ଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ହେମାନନ୍ଦଙ୍କ ବଡ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ବିଜେଡିରୁ ଲୋକସଭା ପ୍ରାର୍ଥୀ ମଧ୍ୟ ହୋଇଥିଲେ ।

ତେବେ ସୁନ୍ଦରଗଡ଼ ଆସନରେ ବିଜେପିର ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ୨ ଲକ୍ଷରୁ ଅଧିକ ଭୋଟ୍‌ରେ ସୁନୀତାଙ୍କୁ ହରାଇଛନ୍ତି । ସେହିପରି ହେମାନନ୍ଦଙ୍କ ସାନ ଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡ଼ ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । ସେହି ଆସନରୁ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଜିତିଥିବା ବେଳେ କଂଗ୍ରେସ ଛାଡି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଯୋଗେଶ ସିଂହ ଦ୍ୱିତୀୟ ସ୍ଥାନରେ ଓ ଅମିତା ତୃତୀୟ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.