ପୋଲିସ ବେଶରେ ଡକାୟତ : ଡକାୟତି ଉଦ୍ୟମ ପଣ୍ଡ, ୨ ଗିରଫ
6/03/2021 at 5:11 PM

ବାଲିଗୁଡା ୬।୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବହୁଳ ଭାବେ ଗଞ୍ଜେଇ ଚୋରା ଚାଲାଣ ପରେ ପରେ ଏବେ ଚୋରୀ, ଡକାୟତି, ରାଜହାନୀ ବୃଦ୍ଧି ପାଇବାକୁ ଲାଗିଛି । ପୋଲିସ ପୋଷାକ ପିନ୍ଧି ଡକାୟତି ପାଇଁ ଯୋଜନା କରୁଥିବା ଡକାୟତମାନଙ୍କ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ବାଲିଗୁଡା ପୋଲିସ ।
ଶୁକ୍ରବାର ମଧ୍ୟ ରାତ୍ରରେ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିଛି ସେମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଡିଜାୟର କାର୍, ବ୍ୟବହୃତ ଲାଠି, ଖେଳନା ବନ୍ଧୁକ ଜବତ କରିଛି ଏନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।
Related Posts
ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୬୯୮ ଆକ୍ରାନ୍ତ, ୩୧୬ ସୁସ୍ଥ
23 April 2021