Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଦେଶକୁ ଦୁଇପଟୁ ଘେରିଛନ୍ତି ଦୁଇଟି ବାତ୍ୟା ‘ମାହା’ ଓ ‘ବୁଲ୍‌ବୁଲ୍‌’

6/11/2019 at 4:57 PM

ନୂଆଦିଲ୍ଲୀ ୦୬।୧୧ – ଏବେ ଦେଶକୁ ଦୁଇପଟୁ ଦୁଇଟି ଅତି ଭୀଷଣ ସାମୁଦ୍ରିକ ଝଡ ବା ବାତ୍ୟା ଘେରି ରହିଛନ୍ତି । ଗୋଟିଏ ଗୁଜୁରାଟ ଉପକୂଳ ଆଡକୁ ଗତି କରୁଥିବା ବେଳେ ଅନ୍ୟଟି ଉତତ୍ର ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶରେ ମାଡ ହେବ ବୋଲି ଆଶଙ୍କ କରାଯାଉଛି ।

ଆରବ ସାଗରମଧ୍ୟରେ ମହା ଆଗକୁ ବଢୁଥିବା ବେଳେ ବଙ୍ଗୋପ ସାଗର ମଧ୍ୟରେ ବୁଲ୍‌ବୁଲ୍‌ ଘନୀଭୂତ ହୋଇଛି ।
ମହାର ପ୍ରଭାବ ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳ ଉପରେ ପଡିବ । ସେହିପରି ବୁଲ୍‌ବୁଲ୍‌ ଯୋଗୁଁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ବୁଲ୍‌ବୁଲ୍‌ ଉତ୍ତର ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିପାରେ ।
ମହା ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହୋଇସାରିଲାଣି । ବୁଲ୍‌ବୁଲ୍‌ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଏବେ ଅଧିକ ଘନୀଭୂତ ହେଉଛି । ଏହା ଭୀଷଣ ଓ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।

ମହା ପ୍ରଭାବରେ ଆରବ ସାଗରରେ ଉଚ୍ଚା ଲହରୀ ସୃଷ୍ଟି ହେବ । ଏଥିପାଇଁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

ବୁଲ୍‌ବୁଲ୍‌ର ରୂପ ରେଖ ଏପରି ରହିବ –

ମଙ୍ଗଳବାର ସକାଳ ୫ଟାରେ ଏହା ଅବପାତର ରୂପ ନେଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲମିଟର ଥିଲା
.
ମଙ୍ଗବାର ଅପରାହ୍ନ ୫ଟା ୩୦ ସୁଦ୍ଧା ଏହା ଭୀଷଣ ଅବପାତର ରୂପ ନେଇଛି । ଏହା ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିବ ।

ବୁଧବାର ସକାଳ ୧୧ଟା ୩୦ରେ ଏହା ଘୂର୍ଣ୍ଣୀବାତ୍ୟାରେ ପରିଣତ ହୋଇଛି ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୦ କିଲୋମିଟର ରହିବ ।

ବୁଧବାର ଅପରାହ୍ନ ୫ଟା ୩୦ ମଧ୍ୟରେ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ପବନର ବେଗ ।

ଗୁରୁବାର ୭ ତାରିଖରେ ଏହା ବତ୍ୟାର ରୂପ ଧାରଣ କରିବ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ପବନର ବେଗ ।

ଗୁରୁବାର ଅପରାହ୍ନ ୫ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହେବ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର

ଶୁକ୍ରବାର ୮ ତାରିଖ ସକାଳ ବେଳକୁ ଏହା Very Severe Cyclonic Storm ବା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ଘଣ୍ଟାପ୍ରତି ପବନର ବେଗ ୧୨୦ରୁ ୧୩୦ କିଲୋମିଟର ଯାହା ୧୪୫ କିଲୋମିଟରରେ ପହଞ୍ଚି ପାରେ ।

ଶୁକ୍ରବାର ଅପରାହ୍ନରେ ପବନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବାରେ । ଏହା ବେଳେ ବେଳେ ୧୫୫ କିଲୋମିଟରରେ ପହଞ୍ଚିପାରେ ।

ଶନିବାର ୯ ତାରିଖ ସକାଳେ Very Severe Cyclonic Stormରେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ରହିବ । ଏହା ସର୍ବାଧିକ ୧୬୫ କିଲୋମିଟରରେ ପହଞ୍ଚିପାରେ ।

ଶନିବାର ରାତିରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ଘଣ୍ଟାପ୍ରତି ରହିପାରେ ।

   Related Posts