ଆସୁଛି ଦୁଇଟା ବଡ ବାତ୍ୟା : ବର୍ଷା ହେବ, ପବନ ବି ହେବ, କିଛି ଜାଗାରେ ହୋଇପାରେ ଭୟଙ୍କର

Published By : Prameya-News7 Bureau | August 24, 2020 IST

ନ୍ୟୁୟର୍କ, ୨୪|୦୮: ଆସୁଛି ଦୁଇ ଦୁଇଟି ବଡ ବାତ୍ୟା । ହରିକେନ୍ ମାର୍କୋ ଓ ଟ୍ରପିକାଲ ଷ୍ଟର୍ମ ଲୋରା ଏବ ସ୍ଥଳପଥକୁ ମୁହାଁଇଛି । ପରିସ୍ଥିତିର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ତେବେ ଏହି ଦୁଇଟି ବାତ୍ୟା ପ୍ରଭାବରେ ପବନର ଗତି ମଧ୍ୟ ବଢିଛି । ଆମେରିକାରେ କରୋନା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏବେ ଏହି ଦୁଇଟି ବାତ୍ୟା ବଡ ବିପଦ ଆଣିଛି ।

ବାତ୍ୟା ପ୍ରଭାବରେ ଆମେରିକାର ପୁଏରଟୋ ରିକୋରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସୋମବାର ମାର୍କୋ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଥିବା ବେଳେ ଲୋରା ଗୁରୁବାର ଟେକ୍ସାସ ସ୍ଥଳଭାଗ ଛୁଇଁପାରେ । ତେବେ ଏହା ଆମେରିକା ଇତିହାସରେ ପ୍ରଥମ ଯେତେବେଳେ ଲାଗାତାର ଦୁଇଟି ବଡ ବାତ୍ୟା ଆମେରିକାରେ ମାଡ ହେବ ।ବାତ୍ୟା ମୁକାବିଲା ନେଇ ରାଷ୍ଟ୍ରପତି ଟ୍ରାମ୍ପ ଲୋଉସିଆନାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":319444,"sizeSlug":"large"}

ମାର୍କୋ ପ୍ରଭାବରେ ଘଣ୍ଟାପ୍ରତି ୧୩୦ କିମିରୁ ଅଧିକ ବେଗରେ ପବନ ବୋହୁଛି । ସ୍ଥାନୀୟ ସମୟ ଅନୁସାରେ ସୋମବାର ଅପରାହ୍ନରେ ମାର୍କୋ ଲୋସିଆନାରେ ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏବେ ସେହି ଅଞ୍ଚଳରେ ବାତ୍ୟାର ପ୍ରଭାବ ପଡିବା ଆରମ୍ଭ ହେଲାଣି । ଡୋମିନିକାନ୍ ରିପବ୍ଲିକରେ ୩ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୧୦ ଲକ୍ଷ ଲୋକ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଛନ୍ତି ।

ସେହିପରି ହାଇଟିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା ସ୍ଥିତି ମଧ୍ୟ ଉପୁଜିଛି । ସେହିପରି ୟୁଏସ କୋଷ୍ଟ ଗାର୍ଡଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଜାହାଜଗୁଡିକୁ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.