Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଲୁ ଆକ୍ରମଣରେ ୨ ଗୁରୁତର, ୩ ଆହତ

22/08/2019 at 2:27 PM

କରଞ୍ଜିଆ ୨୨|୮: ଭାଲୁ ଆକ୍ରମଣରେ ଦୁଇ ଜମ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁର ୫ଜଣ ଜଙ୍ଗଲକୁ ଛତୁ ଗୋଟାଇବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।

   Related Posts