ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଲେ ୨ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 09, 2021 IST

ପାଟଣା ୯।୭: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପୃଥକ ପୃଥକ ଗାଁରେ ମଦ ନିଶାରେ ବିଷ ପିଇ ଦୁଇ ଜଣ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭାଲିଆଡାଳ ଗ୍ରାମର ବିଦ୍ୟାଧର ବଡାମ ପାରିବାରିକ କଳହକୁ ନେଇ ମଦ ନିଶାରେ  ବିଷ ପିଇଦେଇଛନ୍ତି । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ସେହିପରି ବେଗନା ଗ୍ରାମର ଯୁବକ ଜୟନ୍ତ ସେଠୀ ପ୍ରେମିକାଙ୍କ ବିବାହ ପରେ ମାନସିକ ଭାରସାମ୍ୟ ହରାଇ ମଦ ନିଶାରେ ବିଷ ପିଇଦେଇଥିବା ଜଣାପଡିଛି ।  ଜୟନ୍ତଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡିଛି ।  ଜୟନ୍ତ ଉକ୍ତ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ସଂକୃକ୍ତ ଯୁବତୀଙ୍କର ଅନ୍ୟତ୍ର ବିବାହ ହେବା ପରେ ସେ ଗାଁକୁ ଆସିଥିଲେ । ଯୁବତୀଙ୍କୁ ଦେଖିବା ପରେ ମାନସିକ ଭାରସାମ୍ୟ ହରାଇ ପ୍ରଥମେ ସାଙ୍ଗମାନଙ୍କ ସହ ମିଶି ମଦ ପିଇଥିଲେ । ପରେ ମଦ ନିଶାରେ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ  ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.