ଗଞ୍ଜାମ ପୋଲିସର ଏନକାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Published By : Prameya-News7 Bureau | June 01, 2019 IST

ବ୍ରହ୍ମପୁର ୧|୬: ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର । ପୋଲିସ ଗୁଳିରେ  ଆହତ ହୋଇଛନ୍ତି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗଣେଶ ନାୟକ ଓ ହୃଷି ପାତ୍ର । ଗତକାଲି ରାତିରେ ଗୋଳନ୍ଥରା ଥାନା ନିକଟ ରାସ୍ତାରେ ଗଣେଶ ଓ ହୃଷିଙ୍କ ସହିତ କିଛି ଦୁର୍ବୃତ୍ତ ଆନ୍ଧ୍ର ଅଭିମୁଖେ ଯାଉଥିଲେ । ପ୍ରଥମେ ସେମାନଙ୍କୁ ପୋଲିସ ଅଟକାଇବା ପାଇଁ ଚେଷ୍ଟ କରିଥିଲା  । କିନ୍ତୁ ସେମାନେ ନଶୁଣି ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଗୋଷାଣୀ ନୁଆଗାଁ ଥାନା ଅଧିକାରୀ ଓ ଏସଆଇ ଆହତ ହୋଇଛନ୍ତି । ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା । ଯେଉଁଥିରେ ଉଭୟ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

{"id":118083}

ସେମାନଙ୍କ ନିକଟରୁ ପୋଲିସ ୨ଟି ବନ୍ଧୁକ ୩ଟି ଗୁଳି ଓ ଗୋଟିଏ ବାଇକ ଜବତ କରିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନେ ଆସ୍କାର ମନୋଜ ଜେନାଙ୍କ ହତ୍ୟା କାଣ୍ଡରେ ସଂପୃକ୍ତ ଥିବା କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.