ରାଜଧାନୀରେ ଏନ୍କାଉଣ୍ଟର : ଦୁଇ ଲୁଟେରା ଆହତ
3/08/2019 at 8:38 AM

ଭୁବନେଶ୍ବର ୩|୮: ରାଜଧାନୀରେ ଏନକାଉଣ୍ଟର। ପୋଲିସ-ଲୁଟେରାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସର ଗୁଳିରେ ଦୁଇ ଲୁଟେରା ଆହତ। ଦୁଇ ଲୁଟେରାଙ୍କ ଗୋଡରେ ବାଜିଛି ଗୁଳି। ଦୁଇ ଲୁଟେରାଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକ ।

କମିଶନରେଟ୍ ପୋଲିସର ସହିଦ ନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ଦୁଇ ଲୁଟେରାଙ୍କୁ ଧରିବାକୁ ଗଲାବେଳେ ସେମାନେ ପୋଲିସ ଉପରକୁ ଫାୟାରିଂ କରିଥିଲେ। ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ଫଳରେ ଦୁଇ ଲୁଟେରା ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି କାରରେ ଥିବା ସମସ୍ତ ଜିନିଷପତ୍ର ଓ ନିକଟରେ ପଡିଥିବା ୬ଟି ଖୋକା ଜବତ କରିଛି ।