ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

Published By : Prameya-News7 Bureau | January 07, 2019 IST

ଆସିକା ୭|୧: ଗଞ୍ଜାମ ଆସିକାରେ ପୋଲିସର ଏନକାଉଣ୍ଟର । ଏଥିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଦ୍ଦାନ୍ତ ଅପରାଧୀ କୃଷ୍ଣ ଓରଫ କାହ୍ନୁ ଜେନା ଓ ସୁନିଲ ଜେନା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ୫ ରାଉଣ୍ଡ ଗୁଳି, ଗୋଟିଏ ବାଇକ୍, ନଗଦ ଟଙ୍କା ଜବତ କରାଯାଇଛି। ଏନକାଉଣ୍ଟର ବେଳେ ୨ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ହୋଇଥିବା ଆସିକା ଥାନା ଅଧିକାରୀ ଓ ଏଏସଆଇଙ୍କର ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.