ଦେବାଳିଆ ଘୋଷଣା ପାଇଁ ଜେଟ୍ ଏୟାରୱେଜ୍ ବିରୋଧରେ ମୋକଦ୍ଦମା ରୁଜୁ ,ଚିନ୍ତାରେ ବ୍ୟାଙ୍କ

Published By : Prameya-News7 Bureau | June 10, 2019 IST

ମୁମ୍ବାଇ ୧୦।୬:  ଜେଟ୍ ଏୟାରୱେଜ୍ ରୁ ପ୍ରାପ୍ୟ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା ପରେ ସେବା ପ୍ରଦାନକାରୀ ୨ ସଂସ୍ଥା ଜାତୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ ଏନସିଏଲଟିଙ୍କ ଶରଣାପନ୍ନ ହୋଇଛନ୍ତି। ବିମାନ କମ୍ପାନୀକୁ ଦେବାଳିଆ ଘୋଷଣା ପାଇଁ ଉଭୟ ସଂସ୍ଥା ଦାବି କରିଥିବା ବେଳେ ଟ୍ରିବ୍ୟୁନାଲ ସେମାନଙ୍କ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଆସନ୍ତା ୧୩ ତାରିଖରେ ମାମଲାର ଶୁଣାଣି କରିବେ ଏନସିଏଲଟି। ତେବେ ମୋକଦ୍ଦମା ଶୁଣାଣି ହେଲେ ବିମାନ କମ୍ପାନୀକୁ ଋଣ ଦେଇଥିବା ବ୍ୟାଙ୍କମାନେ ଏବେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରାଗଲାଣି।

{"id":121878,"width":582,"height":341}

ବିମାନ କମ୍ପାନୀକୁ ଟ୍ରକ ଓ ଟ୍ରଲର ସେବା ଦେଉଥିବା ଶମନ ହ୍ବିଲସ ଏବଂ ପ୍ୟାକଜଡ ଡ୍ରିଙ୍କିଙ୍ଗ ୱାଟର ଯୋଗାଇଦେଉଥିବା ଗଗ୍ଗର ଏଣ୍ଟରପ୍ରାଇଜର୍ସ ଏହି ମୋକଦ୍ଦମା ରୁଜୁ କରିଛନ୍ତି। ଜେଟ୍ ଏୟାରୱେଜ ସମନ ହ୍ବିଲସ୍ ର ୬୨୮ କୋଟି ଟଙ୍କା ବକେୟା ରଖିଥିବା ବେଳେ ଗଗ୍ଗର ଏଣ୍ଟରପ୍ରାଇଜର୍ସଙ୍କ ପାନୀୟ ଜଳ ବାବାଦ ବକେଆ ପୈଠ କରୁ ନାହାନ୍ତି। ଏଣୁ ବିମାନ କମ୍ପାନୀକୁ ଦେବାଳିଆ ଘୋଷଣା ନିମନ୍ତେ ଉଭୟ  ସଂସ୍ଥା ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହୋଇଛନ୍ତି।

{"id":121874}

ସେପଟେ ବିଭିନ୍ନ ବ୍ୟାଙ୍କ ଜେଟ୍ ଏୟାରୱେଜକୁ  ୮ ହଜାର ୪୦୦ କୋଟି ଟଙ୍କା ଋଣ ଦେଇଛନ୍ତି। ଏଥିପାଇଁ ସେମାନେ ସଂସ୍ଥାକୁ ପୁଣି କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ ବ୍ୟାଙ୍କମାନେ ନିବେଶକଙ୍କ ସହ ଆଲୋଚନା ଚଳାଇଥିବା ବେଳେ ବିମାନ କମ୍ପାନୀର ୨ ସେବା ପ୍ରଦାନକାରୀ ସଂସ୍ଥା ଏବେ ନୂଆ ସମସ୍ୟା ସୃଷ୍ଟି କରିଛନ୍ତି। ଯଦି ସେମାନଙ୍କ ପିଟିସନର ଶୁଣାଣି ଆରମ୍ଭ ହୁଏ ବ୍ୟାଙ୍କମାନଙ୍କର ଉଦ୍ୟମ ପଣ୍ଡ ହେବା ନିଶ୍ଚିତ।

{"id":121875}

ଆର୍ଥିକ ସଂକଟ ଯୋଗୁ ଗତ ଏପ୍ରିଲମାସରୁ ବିମାନ କମ୍ପାନୀ ଉଡାଣ ବାତିଲ କରିଦେଇଛନ୍ତି। କମ୍ପାନୀର ଦୁରାବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ କମ୍ପାନୀର ସେୟାର ନିଲାମ ଚିନ୍ତା ମଧ୍ୟକରିଥଲେ। ହେଲେ କେହି ନିବେଶକ ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ। ତେବେ ଏତିହାଦ ବିମାନ କମ୍ପାନୀ ଜେଟ୍ ର ୨୪ ପ୍ରତିଶତ ଭାଗୀଦାରୀ କରିବାକୁରାଜି ହୋଇଥିଲେ। ଏହା ସହ ଋଣ ମାଫ ପାଇଁ ମଧ୍ୟ ଶର୍ତ୍ତ ରଖିଥିଲା ଏତିହାଦ। ଏବେ ହିନ୍ଦୁଜା ଗ୍ରୁପ ସହ ବ୍ୟାଙ୍କମାନେ ବିମାନ କମ୍ପାନୀ ପାଇଁ କଥାବାର୍ତ୍ତା ଆରମ୍ଭ କରିଥିବା ବେଳେ ଏନସିଏଲଟି ମୋକଦ୍ଦମା   ନୂଆ ସମସ୍ୟା ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.