Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କରୋନା ଲଢେଇରେ ଆଖିବୁଜିଲେ ୨ ଯୋଦ୍ଧା

10/08/2020 at 9:53 AM

ପୁରୀ/ଖୋର୍ଦ୍ଧା ୧୦।୦୮: ମହାମାରୀ କରୋନାରେ ଦୁଇ ପୋଲିସ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ସହ ସମ୍ମୁଖ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସର ଏଏସ୍‌ଆଇ ମୁରଲୀଧର ବଳୀୟାରସିଂ (୫୭) । ଦୁଇ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନାରେ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି ।

କୋଭିଡ୍‌ ସଂକ୍ରମଣରେ ପ୍ରାଣ ହରାଇଥିବା ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଓରଫ ଟୁଟୁ ପୁରୀ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ଥିଲେ । ରବିବାର ଅପରାହ୍ନରେ ୱାଟର ୱାର୍କସ ରୋଡସ୍ଥିତ କୋଭିଡ୍‌ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା । କୋଭିଡ ଯୋଦ୍ଧା ଭାବେ ଏହା ଜିଲ୍ଲାର ପ୍ରଥମ ମୃତ୍ୟୁ । ପୌରାଞ୍ଚଳରେ କରୋନା ମୃତ୍ୟୁରେ ଏହା ପ୍ରଥମ ଓ ଜିଲ୍ଲାରେ ପଞ୍ଚମ ବୋଲି ଜଣାଯାଇଛି ।

ସଂକ୍ରମଣ ପୂର୍ବରୁ ଦୀର୍ଘ ଚାରିମାସ ଧରି ଶୁଭ୍ରାଂଶୁ କୋଭିଡ୍‌ ଡ୍ୟୁଟିରେ ଥିଲେ । ଗତକାଲି ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରେଡ୍‌କ୍ରସ ରୋଡସ୍ଥିତ କୋଭିଡ୍‌ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁଲିସ ରିଜର୍ଭରେ ଟୁଟୁଙ୍କ ମୃତ୍ୟୁ ନେଇ ଶୋକର ଛାୟା ଖେଳିଯାଇଛି । ପୁଲିସ ସେବାର ଜଣେ କୋଭିଡ୍‌ ଯୋଦ୍ଧା ରୂପେ ତାଙ୍କୁ ସମ୍ମାନିତ କରାଯାଇଛି ।

ସିଦ୍ଧମହାବୀର ଇଲାକାରେ ଟୁଟୁଙ୍କ ପରିବାର ରହୁଛନ୍ତି । ତାଙ୍କର ମର ଶରୀରକୁ ମଙ୍ଗଳା ନଦୀ ମୁହାଣ ଡାହାଣପଟ ନଦୀ ପଠାରେ ସତ୍କାର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଉଲ୍ଲେଖନୀୟ କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହେଲେ ଏହି ସ୍ଥାନରେ ଶବ ସତ୍କାର କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ମୁରଲୀଧର ବଳୀୟାରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗ୍ରାମରେ । ସେ ଗତବର୍ଷ ମାର୍ଚ୍ଚ ମାସରେ ବାଣପୁର ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଗତ ୨୩ ତାରିଖରେ ବାଣପୁର ଥାନା ଏବଂ ଏହାର ଅଧିନରେ ଥିବା ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଫାଣ୍ଡିର ୧୦ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବଳୀଆରସିଂ ଅନ୍ୟତମ ଥିଲେ । ସେ ଗତମାସ ୨୩ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି ।

   Related Posts