ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇ ଭାଇ, ସଫଳ ହେଲାନି ପ୍ରେମ : ଆତ୍ମହତ୍ୟା ପୂର୍ବରୁ ଶେଷ କଥା, “ଭଲ ପ୍ରସ୍ତାବ ଦେଖି ଝିଅକୁ ବାହାଦେବ”

Published By : Prameya-News7 Bureau | March 09, 2021 IST

କୋଟା ୦୯/୦୩ :  ପ୍ରେମ ସାସ୍ବତ-ସତ୍ୟ-ଚିରନ୍ତନ । କିନ୍ତୁ ବେଳେବେଳେ ପ୍ରେମ ପାଇଁ ଜୀବନ ବି ଚାଲିଯାଏ । ଅନେକ ସମୟରେ ଏହାର ପରିଣତି ମଧ୍ୟ ଭୟଙ୍କର ହୋଇଥାଏ । ସେହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ । ପ୍ରେମ ପାଇଁ ଦୁଇ ସମ୍ପର୍କୀୟଙ୍କ ଭାଇ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଛନ୍ତି ।

ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଦେବଲାନା ଥାନା ଅନ୍ତର୍ଗତର କେଶଭପୁରା ଗାଁର ସମ୍ପର୍କୀୟଙ୍କ ଭାଇ ମହେନ୍ଦ୍ର ଗୁରଜର (୨୩ ବର୍ଷ), ଦେବରାଜ ଗୁରଜର (୨୩ ବର୍ଷ) ଉଭୟ ଗୋଟିଏ ଝିଅକୁ ପ୍ରେମ କରୁଥିଲେ । ଦେବଲାନା ଥାନା ଅଧିକାରୀ ଲଖନଲାଲ ମୀନା କହିବା ମୁତାବକ, ‘ଉଭୟ ‘ଆଶା’ ନାମକ ଜଣେ ଯୁବତୀଙ୍କ ନାଁ ନିଜ ହାତରେ ଲେଖିଥିଲେ । ମୋବାଇଲ ଫୋନରୁ ସେହି ସମାନ ଯୁବତୀଙ୍କ ଏକାଧିକ ଫଟୋ ମଧ୍ୟ ମିଳିଛି । କିନ୍ତୁ ଯୁବତୀଙ୍କ ବାବଦରେ ଏଯାଏଁ କୌଣସି ସୂଚନା ମିଳିନାହିଁ । ମୃତଦେହଗୁଡିକ ନିକଟରୁ କୌଣସି ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରାଯାଇନାହିଁ ।’

ମୃତକ ଦୁଇ ସମ୍ପର୍କୀୟ ଭାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲରେ ଏକ ଭିଡିଓ ରେକର୍ଡ କରିଥିଲେ । ଉକ୍ତ ଭିଡିଓରେ ସେମାନେ କହିଛନ୍ତି, ‘କେହି ଆମକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିନାହାନ୍ତି । ଆମେ ନିଜ ଇଚ୍ଛାରେ ଏମିତି ଏକ ପଦକ୍ଷେପ ନେଇଛୁ । ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ।’

ଛାଡିଯାଇଥିବା ଭିଡିଓରେ ସେମାନେ ପରିବାର ଲୋକଙ୍କୁ ନରାଗିବା ପାଇଁ କହିଛନ୍ତି ଏବଂ ଜୀବନରେ ତାଙ୍କୁ ଭୁଲି ଆଗକୁ ଯିବାକୁ ଯିବାକୁ କହିଛନ୍ତି । ଭିଡିଓ ଶେଷରେ ସେମାନେ ଯାହା କହିଛନ୍ତି ତାହାକୁ ଶୁଣିଲେ ଯେ କେହି ଭାବବିହ୍ବଳ ହୋଇପଡିବେ । ଭିଡିଓ ଶେଷରେ ପ୍ରେମିକାଙ୍କ ପରିବାରକୁ ୨ ଭାଇ ଅନୁରୋଧ କରି କହିଛନ୍ତି, “ଉପଯୁକ୍ତ ପ୍ରସ୍ତାବ ଦେଖି ଆଶାକୁ ବିବାହ କରାଇବ” ।

ପୋଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଆଇପିସିର ଧାରା ୧୭୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.