Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ : ପୁଣି ଚାକିରୀରୁ ବିଦା ହେଲେ ଦୁଇ ଅଫିସର, ବନ୍ଦ ହେଲା ୬ଜଣଙ୍କ ପେନସନ୍

25/02/2020 at 10:21 AM

ଭୁବନେଶ୍ବର ୨୫।୨: ପୁଣି ଚାକିରୀରୁ ବିଦା ହୋଇଛନ୍ତି ଦୁଇ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ । ଦୁର୍ନୀତି ଓ ଅନିୟମିତତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣଙ୍କୁ ଚାକିରୀରୁ ବିଦା କରିଛନ୍ତି । ସେହିଭଳି ୬ ଜଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓବିସିସିର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବ୍ରଜେନ୍ଦ୍ର ନାରାୟଣଙ୍କୁ ଚାକିରିରୁ ବରଖାସ୍ତ କରାଯିବା ସହ ତାଙ୍କର ପେନସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସେହିଭଳି ସ୍ଥାୟୀ ଭାବେ ପେନସନ ବନ୍ଦ କରାଯାଇଥିବା ଅନ୍ୟ କର୍ମଚାରୀ ହେଲେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡ଼ା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ କାମାକ୍ଷାନଗର ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିବାର୍ହୀଯନ୍ତ୍ରୀ ଖଗେଶ୍ବର ସ୍ବାଇଁ ଓ ସମ୍ବଲପୁର ରାସ୍ତା ଓ କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି ।

ସେହିଭଳି ଦୁର୍ନୀତିରେ ଲିପ୍ତ କଳାହାଣ୍ଡି କୋକସରା ତହସିଲର ଆରଆଇ ଇଶ୍ବରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ବୀରମହାରାଜପୁର ତହସିଲର ଆରଆଇ ଅରୁଣ କୁମାର ପୁରୋହିତ । ଏ ଦୁଇ ରାଜସ୍ବ ବିଭାଗ ଅଧକାରୀ ଏକାଧିକା ଥର ଭିଜିଲାନ୍ସ ଦ୍ବାରା ଧରାପଡ଼ି ଜେଲ୍‌ ମଧ୍ୟ ଯାଇଥିଲେ ।

ଗତ ଅଗଷ୍ଟରୁ ବର୍ତ୍ତମାନ ସୁଦ୍ଧା ୭୪ ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ବିଦା ହୋଇସାରିଲେଣି । ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡା ଅଭିଯାନ ଲାଞ୍ଚୁଆ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

   Related Posts