ଡାକ୍ତରଙ୍କ ସହ ହାବିଲଦାରଙ୍କ ମୃତ୍ୟୁ, ଦୁଇ କରୋନା ଯୋଦ୍ଧାଙ୍କ ଜୀବନ ନେଲା କରୋନା

Published By : Prameya-News7 Bureau | August 22, 2020 IST

ରାଉରକେଲା ୨୨।୮: ପୁଣି ଜୀବନ ନେଲା କରୋନା । ଦୁଇ କରୋନା ଯୋଦ୍ଧାଙ୍କ ଜୀବନ ଜଣେ ଡାକ୍ତର ଓ ହାବିଲଦାର କରୋନାରେ ଆଖି ବୁଜିଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସ କୋରୋନାରେ ଆକ୍ରାନ୍ତ ହୋଇ ରାଉରକେଲା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କର ମୃତ୍ୟୁ ଘଟିଛି ।

ଡାକ୍ତରଙ୍କ ସହ ରାଉରକେଲା ରିଜର୍ଭ ହାବିଲଦାରଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ କୋରୋନା ଯୋଦ୍ଧାଙ୍କ ବଦବ୍ୟାସରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.