Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ମ୍ୟାପ୍‌ରେ ଯୋଡି ହେଲା ମାଲକାନଗିରି ଜିଲ୍ଲା, ଚିହ୍ନଟ ହେଲେ ଦୁଇ ସଂକ୍ରମିତ

20/05/2020 at 12:21 PM

ଭୁବନେଶ୍ବର ୨୦।୫: ରାଜ୍ୟରେ କରୋନା ବିସ୍ତାର କମିବାର ନାଁ ନେଉନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରାଜ୍ୟରେ ବୁଧବାର ଆଉ ୭୪କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୦୫୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ୭୪ ସଂକ୍ରମିତଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ୨୮ ଜଣ, ପୁରୀ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ବାଲେଶ୍ୱର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ୟରେ ମୋଟ୍ ୨୪ ଜିଲ୍ଲାକୁ କରୋନା ଛୁଇଁ ସାରିଲାଣି । ମାଲକାନଗିରି ଜିଲ୍ଲା ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍ ରେ ଯୋଡି ହୋଇଛି । ମାଲକାନଗିରି ଜିଲ୍ଲାରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ୨୦୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୯ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୯ଟି ଆକ୍ଟିଭ୍ କେସ୍ ରହିଛି । ଏପର୍ଯ୍ୟନ୍ତ ୫୫ ଜଣ ସୁସ୍ଥ ହୋଇସାରିଛନ୍ତି ।
ବାଲେଶ୍ବର ଜିଲ୍ଲାରେ ୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୬ଟି ଆକ୍ଟିଭ କେସ୍‌ ରହିଛି । ଜିଲ୍ଲାରେ ୨୭ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୨ଟି ଆକ୍ଟିଭ୍‌ କେସ୍‌ ରହିଛି । ୨୩ ଜଣ ସୁସ୍ଥ ହୋଇସାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୭୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୨୦ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ସୁସ୍ଥ ହୋଇଛନ୍ତି ।

ପୁରୀରେ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ବାକି ୪୩ ଜଣଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୩୨ଟି ଆକ୍ଟିଭ୍‌ କେସ୍ ରହିଛି । କଟକରେ ୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୩୩ଟି ଆକ୍ଟିଭ୍ କେସ୍ ରହିଛି । ଜଣଙ୍କର ମୃତ୍ୟୁ ହୋଇଛି ।
ବୌଦ୍ଧ ଜିଲ୍ଲାରେ ୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କେହି ହେଲେ ବି ସୁସ୍ଥ ହୋଇନାହାନ୍ତି । ଜଗତସିଂହପୁର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୨୩ଟି ଆକ୍ଟିଭ୍‌ କେସ୍ ରହିଛି । ସୁନ୍ଦରଗଡ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୧୪ଟି ଆକ୍ଟିଭ୍‌ କେସ୍‌ ରହିଛି ।

ଅନୁଗୋଳ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ଟି ଆକ୍ଟିଭ୍‌ କେସ୍‌ ରହିଛି । ମୟୁରଭଞ୍ଜ ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଟି ଆକ୍ଟିଭ୍‌ କେସ୍‌ ରହିଛି । ଜିଲ୍ଲାରେ ୪ ଜଣ ସୁସ୍ଥ ହୋଇସାରିଛନ୍ତି । ନୟାଗଡ ଜିଲ୍ଲାରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ୨ଜଣ ସୁସ୍ଥ ହୋଇଛନ୍ତି ।
ବଲାଙ୍ଗିର ଜିଲ୍ଲାରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେବଗଡ ଜିଲ୍ଲାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଜଣେ ଆକ୍ଟିଭ୍ କେସ୍ ଅଛନ୍ତି । ଝାରସୁଗୁଡା ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି ।

   Related Posts