Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

କରୋନା ମ୍ୟାପ୍‌ରେ ଯୋଡି ହେଲା କନ୍ଧମାଳ, ଚିହ୍ନଟ ହେଲେ ୨ ସଂକ୍ରମିତ

18/05/2020 at 10:15 AM

ଭୁବନେଶ୍ବର ୧୭।୫: ରାଜ୍ୟରେ କରୋନା ବିସ୍ତାର କମିବାର ନାଁ ନେଉନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରାଜ୍ୟରେ ଆଉ ୪୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୪୮ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ,କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ୨୩ ଜିଲ୍ଲାକୁ କରୋନା ଛୁଇଁ ସାରିଲାଣି । ଗତକାଲି ସମ୍ବଲପୁର ଜିଲ୍ଲା ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍ ରେ ଯୋଡି ହୋଇଥିବା ବେଳେ ଆଜି ଏହି ମ୍ୟାପ୍‌ରେ କନ୍ଧମାଳ ଜିଲ୍ଲା ଯୋଡି ହୋଇଛି  । ଗତକାଲି ସମ୍ବଲପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି କନ୍ଧମାଳ ଜିଲ୍ଲାରୁ ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୦୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ୨୫୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୯ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୧୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୨ଟି ଆକ୍ଟିଭ୍ କେସ୍ ରହିଛି । ଏପର୍ଯ୍ୟନ୍ତ ୫୫ ଜଣ ସୁସ୍ଥ ହୋଇସାରିଛନ୍ତି ।

ବାଲେଶ୍ବର ଜିଲ୍ଲାରେ ୧୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୫ଟି ଆକ୍ଟିଭ କେସ୍‌ ରହିଛି । ଜିଲ୍ଲାରେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩ଟି ଆକ୍ଟିଭ୍‌ କେସ୍‌ ରହିଛି । ୨୧ ଜଣ ସୁସ୍ଥ ହୋଇସାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୬୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୩ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାରେ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୨୫ଟି ଆକ୍ଟିଭ୍‌ କେସ୍ ରହିଛି । ସୁନ୍ଦରଗଡ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୧୫ଟି ଆକ୍ଟିଭ୍‌ କେସ୍‌ ରହିଛି । ପୁରୀରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ବାକି ୨୮ ଜଣଙ୍କ ଚିକିତ୍ସା ଜାରି ରହିଛି । କଟକରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୨୧ଟି ଆକ୍ଟିଭ୍ କେସ୍ ରହିଛି ।

ଅନୁଗୋଳ ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଟି ଆକ୍ଟିଭ୍‌ କେସ୍‌ ରହିଛି । ମୟୁରଭଞ୍ଜ ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଟି ଆକ୍ଟିଭ୍‌ କେସ୍‌ ରହିଛି । କେନ୍ଦୁଝର ଜିଲ୍ଲାରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ୨ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ ଜିଲ୍ଲାରେ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେହି ସୁସ୍ଥ ହୋଇନାହାନ୍ତି। ବଲାଙ୍ଗିର ଜିଲ୍ଲାରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେବଗଡ ଜିଲ୍ଲାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ବେଳେ ସେ ମଧ୍ୟ ସୁସ୍ଥ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଆଜି କନ୍ଧମାଳ ଜିଲ୍ଲାରେ ୨ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  

   Related Posts