Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

କ୍ୟାପିଟାଲ ହସ୍ପିଟାଲରେ ପୁଣି କରୋନା, ଦୁଇ ନମୁନା ପଜିଟିଭ୍

6/07/2020 at 8:21 AM

ଭୁବନେଶ୍ୱର ୦୬।୦୭: ରାଜ୍ୟରେ ଅଣାୟତ ହୋଇଚାଲିଛି କରୋନା ଭାଇରସ । ଦିନକୁ ଦିନ ଏହା ମାରାତ୍ମକ ରୂପ ନେଉଛି । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର, ଏସ୍‌ସିବି, ଏମ୍‌ସ ପରେ ଏବେ ପୁଣି କ୍ୟାପିଟାଲ ହସ୍ପିଟାଲରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । । ହସ୍ପିଟାଲରୁ ପରୀକ୍ଷା ପାଇଁ ଯାଇଥିବା ଦୁଇ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଛି । ପୂର୍ବରୁ ହସ୍ପିଟାଲର ଶିଶୁ ବିଭାଗ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଏକାଧିକ ପଜିଟିଭ୍‌ ବାହାରିଥିଲେ । ତେବେ ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ରୋଗୀ ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ।

କ୍ୟାପିଟାଲ ହସ୍ପିଟାଲ ଅଧୀନ ଶିଶୁ ଭବନ ଛକରେ ରହିଛି ପୁଷ୍ଟିସାଧନ କେନ୍ଦ୍ର। ଏଠାରେ କମ୍‌ ଓଜନର ଶିଶୁଙ୍କୁ ରଖି ପୁଷ୍ଟିକର ଖାଇବା ଦିଆଯାଇଥାଏ। ଏହି କେନ୍ଦ୍ରରୁ ଜଣେ ଶିଶୁର ମାଆଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କ ସହ କେନ୍ଦ୍ରରେ ଆଉ ୩ ଶିଶୁ ଓ ସେମାନଙ୍କ ପରିବାର ଲୋକ ରହୁଥିଲେ। ପୁଷ୍ଟିସାଧନ କେନ୍ଦ୍ରରେ ୪ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟ ରହିଛନ୍ତି। ଏ ସମସ୍ତଙ୍କର ନମୁନା ସଂଗ୍ରହ କରାଯିବା ସହ କ୍ୱାରେଣ୍ଟାଇନ୍‌ ରଖାଯିବ। ସେହିଭଳି କ୍ୟାପିଟାଲ ହସ୍ପିଟାଲ ଫିବର କ୍ଲିନିକ୍‌କୁ ଆସିଥିବା ଜଣେ ବ୍ୟକ୍ତିର ନମୁନା ପଜିଟିଭ୍‌ ଆସିଛି। ସେ କେଉଁ ଅଞ୍ଚଳର ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମିଳିପାରିନି। ଏ ପଟେ ପଜିଟିଭ୍‌ ଚିହ୍ନଟ ପରେ କ୍ଲିନିକ୍‌ରେ କାମ କରୁଥିବା କର୍ମଚାରୀଙ୍କ ଆଜି ପରୀକ୍ଷା କରାଯିବ।

   Related Posts