ଯୁବତୀଙ୍କୁ ହାତକଡି ଲଗାଇ ଦୁଷ୍କର୍ମ କରିଥିଲେ ୨ ପୋଲିସ କର୍ମଚାରୀ, କିନ୍ତୁ କୋର୍ଟ ଦେଲେନି ସଜା

Published By : Prameya-News7 Bureau | August 31, 2019 IST

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହରରେ ଏକଦା ଏପରି ଏକ ଦୁଷ୍କର୍ମ ଘଟଣା ଘଟିଥିଲା ଯେଉଁଥିଲାଗି ସହରର ପୋଲିସ ଆଇନରେ ସଂଶୋଧନ କରାଯାଇଥିଲା। ହେଲେ ଏବେ ସେହି ଅପରାଧର ରାୟ କୋର୍ଟ ପ୍ରକାଶ କରିଥିବା ବେଳେ ଅଭିଯୁକ୍ତ ୨ ପୋଲିସ କର୍ମଚାରୀଙ୍କୁ ଅପରାଧ  ଲାଗି  କୌଣସି ଦଣ୍ଡାଦେଶ କରିନାହାନ୍ତି। ୨୦୧୭ ମସିହାରେ ଜନୈକା ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ୨ ଜଣ ପୋଲିସ ଅଧିକାରୀ ହାତକଡି ଲଗାଇ ଦୁଷ୍କର୍ମ କରିଥିବା ନେଇ ପୀଡିତା ଅଭିଯୋଗ କରିବା ପରେ ନ୍ୟୁୟର୍କରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

{"id":151348}

ନ୍ୟୁୟର୍କ ପୋଲିସର ଏ.ଡି.ମାର୍ଟିନ୍ସ ଓ ରିଚାର୍ଡ ହଲଙ୍କ ବିରୋଧରେ ଏହି ଅଭିଯୋଗ ହୋଇଥିଲା। ଉଭୟ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ହୁଏତ ୨୫ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇପାରେ ବୋଲି ପ୍ରଥମେ ଆକଳନ କରାଯାଉଥିଲା। ତେବେ ବିଚାର ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ ଦୁଷ୍କର୍ମ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଛି। ହାତକଡି ଲଗାଇ ପୋଲିସ ଅଧିକାରୀ ଦୁଷ୍କର୍ମ କରିଥିବାର ଅଭିଯୋଗ ପରେ ନ୍ୟୁୟର୍କ ପୋଲିସ ଆଇନରେ ପରିବର୍ତ୍ତନ ହୋଇଥିଲା। କଷ୍ଟଡିରେ ଥିବା ବେଳେ କୌଣସି ଅଭିଯୁକ୍ତ ସହ ସେକ୍ସକୁ ଆଇନତଃ ଅବୈଧ କରାଯାଇଥିଲା।

{"id":151350,"width":578,"height":248}

ମାମଲାର ଶୁଣାଣି ବେଳେ ୨ ଅଧିକାରୀ ସେମାନଙ୍କର ଦୋଷ ସ୍ୱୀକାର କରିଥିଲେ। ସେମାନେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲେ ବୋଲି କୋର୍ଟଙ୍କୁ ସଫେଇ ଦେଇଥିଲେ। କିନ୍ତୁ ଯୁବତୀଙ୍କୁ ହାତକଡି ଲଗାଇ ଦୁଷ୍କର୍ମ କରିନଥିଲେ ବୋଲି କୋର୍ଟଙ୍କୁ କହିଥିଲେ। ତେବେ ଯୁବତୀ ଆଣିଥିବା ଅଭିଯୋଗ କୋର୍ଟରେ ପ୍ରମାଣିତ କରିବାରେ ବିଫଳ ହୋଇଥିଲେ। ନିଶା କାରବାର ବିରୋଧରେ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟ ଗଠନ କରିଥିବା ଅଣ୍ଡର କଭର ସ୍କ୍ୱାର୍ଡର ଏହି ୨ ଅଧିକାରୀ ସଦସ୍ୟ ଥିଲେ। ସେମାନେ ଯୁବତୀଙ୍କୁ ନିଶା ସାମଗ୍ରୀ ସହ ଗିରଫ କରିଥିଲେ।

{"id":151351,"width":579,"height":327}

ମୋକଦ୍ଦମା ଆରମ୍ଭ ହେବା ବେଳେ ୨ ପୋଲିସ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲାଗିଥିଲା। ତେବେ ମାମଲାର ଶୁଣାଣି ସହ ସେମାନଙ୍କ ବିରୋଧରେ ଅଭିଯୋଗ ନିରାଧାର ପ୍ରମାଣିତ ହେବା ସହ ଆରୋପ ପ୍ରତ୍ୟାହାର ହୋଇଥିଲା। ତେବେ କୋର୍ଟରେ ୨ ଅଧିକାରୀ କାର୍ଯ୍ୟସ୍ଥଳରେ ଦୁର୍ବ୍ୟବହାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.