ଛତିଶଗଡ ବିଜାପୁରରେ ଲାଲ୍ ହିଂସା ; ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର
15/12/2018 at 3:39 PM

ବିଜାପୁର ୧୫|୧୨: ଛତିଶଗଡ ବିଜାପୁରରେ ଲାଲ୍ ହିଂସା ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଭୈରବଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଛତିଶଗଡର ବିଜାପୁର ପୁଣ୍ଡୁରି ଜଙ୍ଗଲକୁ କମ୍ବିଂ ଅପରେସନ ପାଇଁ କୋବ୍ରା ବାଟାଲିୟନର ପାଖାପାଖି ୩୦ଜଣ ଯବାନ ଯାଉଥିଲେ । ସେମାନଙ୍କୁ ମାଓବାଦୀ ଟାର୍ଗେଟ କରିଥିଲେ । ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ପୂର୍ବରୁ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଏଏସଆଇଙ୍କ ସମେତ ୨ଜଣ ଯବାନ ଗୁରୁତର ହୋଇଛନ୍ତି । ପ୍ରଥମେ ଗୁରୁତର ଯବାନଙ୍କୁ ଭୈରବଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯିବା ନେଇ ଏସପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଯବାନଙ୍କ ଅପରେସନ ଜାରି ରହିଛି।
ଗୋଟିଏ ପଟେ ଦେଖିବାକୁ ଗଲେ ନକ୍ସଲ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କିଛି ମାଓବାଦୀ ସମାଜର ମୁଖ୍ୟ ସ୍ରୋତକୁ ଫେରୁଥିବାବେଳେ ଅନ୍ୟପଟେ କିଛି ମାଓବାଦୀ ଏଭଳି ହିଂସାକାଣ୍ଡ ଘଟାଉଛନ୍ତି ।