Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ଶକ୍ତ ଧକ୍କା, ଦୁଇ କଂଗ୍ରେସ ବିଧାୟକଙ୍କ ବିଧାନସଭା ସଭ୍ୟ ପଦରୁ ଇସ୍ତଫା

2/07/2019 at 9:26 AM

ବେଙ୍ଗାଲୁରୁ ୨|୭: କର୍ଣ୍ଣାଟକରେ ପୁଣି ରାଜନୈତିକ ସଂକଟ ଘ​​ନେଇବାରେ ଲାଗିଛି ।  ୨ ଜଣ କଂଗ୍ରେସ ବିଧାୟକ ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଶକ୍ତ ଧକ୍କା ଲାଗିଛି । ବିଜୟନଗର ବିଧାୟକ ଆନନ୍ଦ ସିଂହ ଏବଂ ରମେଶ ଜାରକିହୋଲି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟକ ଆନନ୍ଦ ସିଂହ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେହିପରି ରମେଶ ଜାରକିହୋଲି ମଧ୍ୟ ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ବିଗତ କିଛି ମାସ ହେବ ତାଙ୍କ ସରକାରରେ ଅସ୍ଥିରତା ଲାଗି ରହିଥିବା ବେଳେ ଦୁଇ ବିଧାୟକଙ୍କ ଇସ୍ତଫା ଏହାକୁ ଧକ୍କା ଦେଇଛି। ଅନ୍ଯପଟେ ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିବା କଂଗ୍ରେସର ଆଉ ୬ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ମେଣ୍ଟ ସରକାର ଭାଙ୍ଗିବା ନେଇ ବିଜେପିର ଅପରେସନ ଲୋଟସ ପୁନଃ ସକ୍ରିୟ ହୋଇଥିବା ଆଲୋଚନା ଜୋର ଧରିଛି। ଯଦି କଂଗ୍ରେସ-ଜେଡିଏସ ମେଣ୍ଟ ନେତୃତ୍ବାଧୀନ ସରକାର ଭାଙ୍ଗିଯାଏ ତା’ହେଲେ ସରକାର ଗଠନ କରିବାକୁ ସେ ପ୍ରସ୍ତୁତ ବୋଲି ରାଜ୍ୟ ବିଜେପି ମୁଖ୍ୟ ବି. ଏସ. ୟେଦୁରାପ୍ପା କହିଛନ୍ତି।

ଗତବର୍ଷ ବିଧାନସଭା ନିର୍ବାଚନରେ ୨୨୫ ଆସନ ମଧ୍ୟରୁ ୧୦୪ଟି  ଆସନରେ ଜିତି ଥିବା ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି କଂଗ୍ରେସ ଓ ଜେଡିଏସ ମେଣ୍ଟ କରିଥିଲେ। ଆନନ୍ଦଙ୍କ ଇସ୍ତଫା ପରେ କଂଗ୍ରେସର ଆସନ ସଂଖ୍ୟା ୭୯ ଥିବା ବେଳେ ଜେଡିଏସର ସଦସ୍ୟ ସଂଖ୍ୟା ୩୭ ରହିଛି । ବିଏସପି ଓ ଜଣେ ସ୍ବାଧୀନ ବିଧାୟକ ​ମେଣ୍ଟ ସରକାରକୁ ସମର୍ଥନ ଦେଇଛନ୍ତି।

   Related Posts