Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କଳାହାଣ୍ଡି କଂଗ୍ରେସରୁ ଇସ୍ତଫା ଦେଲେ ଦୁଇ ନେତା

26/07/2019 at 9:25 AM

କଳାହାଣ୍ଡି ୨୬|୭: କଳାହାଣ୍ଡି କଂଗ୍ରେସରୁ ଇସ୍ତଫା ଦେଲେ ଦୁଇ ନେତା । ଆହୁରି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଛି ।  ପିସିସି ସମ୍ପାଦକ ତଥା ବିଧାନସଭା ନିର୍ବାଚନରେ ନର୍ଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ତରଂଜନ ମଣ୍ଡଳ  କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଭବାନୀପାଟଣା ପୌରପରିଷଦର ପୂର୍ବତନ ଉପନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ବିଶ୍ବସ୍ତ ଚିତ୍ତରଂଜନ ମଣ୍ଡଳଙ୍କ ପ୍ରଦେଶ କଂଗ୍ରେସ କମିଟିକୁ ଦେଇଥିବା ଇସ୍ତଫା ପତ୍ରରେ ଦଳରେ ଅନୁଶାସନ ନାହିଁ ।

ଗତ ବିଧାନସଭା ନିର୍ବାଚନରେ  ଦଳର ବରିଷ୍ଠ ନେତା ଅନ୍ତର୍ଘାତୀ କାର୍ଯ୍ୟ କରି କଂଗ୍ରେସକୁ ହରାଇବାକୁ ଖୋଲା ଖୋଲି ସଭା କରିଥିଲେ । ଯାହାର ଭିଡିଓ ପିସିସିର ସମୀକ୍ଷା ବୈଠକରେ ଦାଖଲ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବରଂ ବଲାଙ୍ଗୀର ଜିଲ୍ଲାରେ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ପିସିସି ଏହି ଆଭିମୁଖ୍ୟ ତଥା ଜିଲ୍ଲାର ଶୀର୍ଷ ନେତୃତ୍ବର ନୀରବତା ଦଳ ଛଡିବା ନିଷ୍ପତ୍ତିର କାରଣ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହ ପିସିସି ସଭ୍ୟ ତଥା ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତିର ଉପସଭାପତି ପ୍ରଶାନ୍ତ ନାଏକ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ସହ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି । ଭକ୍ତ ଚରଣ ଦାସ ନିଜ ପୁଅ ସାଗର ଚରଣ ଦାସଙ୍କୁ ଭବାନୀପାଟଣା ସଂରକ୍ଷିତ ଆସନରେ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରାଇବା ପରେ ଭବାନୀପାଟଣା ଆସନରୁ ବହୁ ଆଶାୟୀ ଅସନ୍ତୋଷ ରହିଥିଲେ । ସେଥି ମଧ୍ୟରୁ ପ୍ରଶାନ୍ତ ନାଏକ ଅନ୍ୟତମ । ଏଥିସହ କଂଗ୍ରେସରେ ଏଭଳି ଅନେକ ନେତାଙ୍କ ଆହୁରି ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି ।

   Related Posts