ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାସ : ସିଏମ୍‌ଏସ୍‌ର ଦୁଇ କର୍ମଚାରୀ ଗିରଫ

Published By : Prameya-News7 Bureau | August 17, 2019 IST

ଭଦ୍ରକ ୧୭|୮: ଅଭିଯୋଗକାରୀ ହଲେ ଅଭିଯୁକ୍ତ । ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ୨୦ ଲକ୍ଷ ୬୪ ହଜାର ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏଟିଏମ ଭଙ୍ଗା ଯାଇନି କି ତଡା ଯାଇନି, କେମିତି ଟଙ୍କା ଗାଏବ ହୋଇଗଲା ତାକୁ ନେଇ ନାନା ପ୍ରଶ୍ନ ଉଠିଥିଲା ।

{"id":145226}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବେତଡା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଭଙ୍ଗା ଯାଇନଥିଲା କି ତଡା ଯାଇନଥିଲା ହେଲେ ଟଙ୍କା ଉଭାନ ହୋଇଯାଇଥିଲା । ଥାନାକୁ ଏତଲା ନେଇ ଆସିଥିବା ଏଟିଏମରେ ଟଙ୍କା ଭରୁଥିବା ସଂସ୍ଥା ସିଏମଏସର ଦୁଇ ଜଣ କର୍ମଚାରୀଙ୍କୁ ବାସୁଦେବପୁର ପୋଲିସ ଅଟକ ରଖି ତଦନ୍ତ ଚଳାଇଥିଲା । ଶେଷରେ ଏଟିଏମରେ ଟଙ୍କା ଭରୁଥିବା  ସିଏମଏସର ଦୁଇ କର୍ମଚାରୀଙ୍କୁ ବାସୁଦେବପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହଲେ ସୀତାକାନ୍ତ ମହାନ୍ତି ଓ ଶ୍ରୀଧର ମିଶ୍ର ।

{"id":145227}

ଗତ ଜୁଲାଇ ୩୦ ତାରିଖରୁ ଏଟିଏଏମର ସିସିଟିଭି ଅଚଳ ଏମାନେ କରିଦେଇଥିଲେ । ତେବେ ଏଟିଏଏମ ପାଖରେ ଥିବା ଦୋକାନମାନଙ୍କର ସିସିଟିଭି ଫୁଟେଜକୁ ପୋଲିସ ଯାଂଚ କରି ଘଟଣାର ପର୍ଦ୍ଦାଫାଶ କରିଛି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଦଫା ୩୮୦, ୪୬୮,୬୦୯, ୩୪ ଆଇପିସି ସହ ୬୬ ଆଇଟି ଆକ୍ଟ ଲଗାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.