ଭାରତର ଦୁଇ ସହର ବିଶ୍ବର ସବୁଠୁ ଶସ୍ତା, ଖର୍ଚ୍ଚ କମ୍ ସହିତ ରହିବା ପାଇଁ ଉପଯୋଗୀ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଳୀ ୨୦/୧୧: ଭଲ ବାତାବରଣ ସାଙ୍ଗକୁ ସ୍ବଚ୍ଛ ପରିବେଶରେ ରହିବାକୁ ଲୋକେ ପସନ୍ଦ କରନ୍ତି। କିନ୍ତୁ ଏଭଳି ସହରରେ ଘର କରି ରହିବାକୁ ହେଲେ ବଜେଟ୍‌ ବି ଦେଖିବା ଦରକାର। ତେବେ ଭାରତରେ ଏମିତି କିଛି ସହର ଅଛି ଯାହାକି ଶାସ୍ତା ଓ ସୁନ୍ଦର। ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ବିଶ୍ବରେ କଷ୍ଟ ଅଫ୍‌ ଲିଭିଂ ଆଧାରରେ ମୋଟ ୧୩୦ ସହରର ରାଙ୍କିଙ୍ଗ ଜାରି କରିଛି। ଦୁନିଆର ସବୁଠୁ ଶସ୍ତା ସହର ମଧ୍ୟରେ ଭାରତର ଦୁଇଟି ସହର ସ୍ଥାନ ପାଇଛି।

ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ଦ୍ବାରା ଜାରି କରାଯାଇଥିବା ସୂଚୀରେ ସବୁଠୁ ଧନୀ ସହର ମଧ୍ୟ ସାମିଲ୍‌ ରହିଛି। ଧନୀ ସହର ଲିଷ୍ଟରେ ହଙ୍କ କଙ୍ଗ, ପ୍ୟାରିସ୍‌ ଭଳି ସହର ସ୍ଥାନ ପାଇଥିବା ବେଳେ ସବୁଠୁ ଶସ୍ତା​‌ ସହର ମଧ୍ୟରେ ଭାରତର ବେଙ୍ଗାଲୁରୁ ଓ ଚେନ୍ନାଇ ସ୍ଥାନ ପାଇଛି।

ଏହି ସର୍ଭେରୁ ମିଳିଥିବା ରିପୋର୍ଟ ଅନୁସାରେ ଦୁନିଆର ସବୁଠୁ ଶସ୍ତା ସହର ଲିଷ୍ଟରେ ପ୍ରଥମେ ଏସିଆର  ଦମିସ୍କ ଓ ଦ୍ବିତୀୟରେ ତାଶକଂଦ ସ୍ଥାନ ପାଇଛି। ଏହା ସହ ସୂଚୀରେ ଭାରତ ବେଙ୍ଗାଲୁରୁ ଓ ଚେନ୍ନାଇ ମିଳିତ ଭାବେ ନବମ ସ୍ଥାନରେ ରହିଛି। କିନ୍ତୁ ପୂର୍ବ ରାଙ୍କିଙ୍ଗରେ ଚେନ୍ନାଇ ଅଷ୍ଟମ ଓ ବେଙ୍ଗାଲୁରୁ ନବମ ସ୍ଥାନ ପାଇଥିଲା।

ବର୍ଷକରେ ଥରେ ଏହି ସର୍ଭେ ହେଉଥିବା ବେଳେ କରୋନା ମହାମାରୀ ପାଇଁ ଏହି ସର୍ଭେ ଦୁଇ ଥର ହୋଇଛି। ଏହାର ମୂଳ ଆଧାର ହେଉଛି କଷ୍ଟ ଅଫ ଲିଭିଂ। ଏଥର ୧୩୦ ସହରର ଲିଷ୍ଟ ବାହାର କରିଛି ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍।

ଏହି ସର୍ଭେରେ ଗୋଟିଏ ସହରରେ ହେଉଥିବା ଖାଇବା ପିଇବା ଖର୍ଚ୍ଚ, ଘରଭଡ଼ା, ଅଫିସ୍‌ ଯିବା ଆସିବାକୁ ଲାଗୁଥିବା ଖର୍ଚ୍ଚ, ବିଜୁଳି-ପାଣି ବିଲ୍‌ ସାମିଲ୍‌ କରାଯାଏ। ଏହାସହ ସହରର ଟ୍ରାନ୍ସପୋର୍ଟ, ବଜାରରେ କାରବାରକୁ ମଧ୍ୟ ହିସାବକୁ ନିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.