Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସିଲ୍ ହେଲା ୨ଟି ସିନେମା ହଲ୍, କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ପ୍ରଶାସନର ପଦକ୍ଷେପ

10/04/2021 at 3:09 PM

ଗଜପତି ୧୦।୪: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଗଜପତି ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଶୁକ୍ରବାର ଏକ ତେଲୁଗୁ ସିନେମା ଉନ୍ମୋଚିତ ହୋଇଥିଲା । ଫଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କୋଭିଡ୍ କଟକଣାକୁ ଉଲଂଘନ କରିଥିବାରୁ ଶନିବାର ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡିର ଜୟା ଓ ଲକ୍ଷ୍ମୀ ଟକିଜକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

ଶୁକ୍ରବାର ଦିନ ରାୟଗଡା ସହରରେ ଥିବା ଅଶୋକ ସିନେମା ହଲକୁ ପ୍ରଶାସନ ଓ ପୋଲିସ ସିଲ୍ କରିଥିଲା । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲ୍ ସିଲ୍ ହୋଇଥିଲା । ଏହି ସିନେମା ହଲ୍‌ରେ ‘ଓକିଲ ବାବୁ’ ନାମକ ଏକ ସିନେମା ରିଲିଜ୍ ହେବାର ଥିଲା । ତେବେ ଏଥିପାଇଁ ଦୁଇ ଦିନ ପୂର୍ବରୁ ହଲ୍ ବୁକିଂ କରି ସମସ୍ତ ଆସନ ସଂରକ୍ଷଣ ହୋଇଥିଲା । ଶୁକ୍ରବାର ସକାଳୁ ହିଁ ସିନେମା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ସୂଚନା ମିଳିବା ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସିନେମା ହଲ୍‌କୁ ଯାଞ୍ଚ ପାଇଁ ଯାଇଥିଲେ । ସେହି ସମୟରେ ଭିଡ ପରିଲକ୍ଷିତ ହୋଇଥିଲା । ସେହିଭଳି ସାମାଜିକ ଦୂରତା ପାଳନ ହୋଇନଥିବା ବେଳେ ମନଇଛା ଟିକେଟ୍ ବିକ୍ରି ହୋଇଥିଲା । ଏହି ସ୍ଥିତି ଅନୁଧ୍ୟାନ ପରେ ପୋଲିସ ଓ ପ୍ରଶାସନ ତୁରନ୍ତ ସିନେମା ହଲ୍‌କୁ ସିଲ୍ କରିଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ ହୋଇଥିବା ଜଣାପଡିଥିଲା ।

   Related Posts