ଖାଦ୍ୟ ହେଲା ବିଷାକ୍ତ : ଦୁଇ ଶିଶୁ ମୃତ, ବାପା ଓ ମା’ ଗୁରୁତର

Published By : Prameya-News7 Bureau | February 13, 2020 IST

ଉମରକୋଟ ୧୩।୨: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଦଣ୍ଡାମୁଣ୍ଡା ଗ୍ରାମରେ ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଗୋଟିଏ ପରିବାରର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବାପା ଓ ମା’ଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

{"id":223825,"sizeSlug":"large"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଦଣ୍ଡାମୁଣ୍ଡା ଗ୍ରାମର ବେଣୁ ଗୋପାଳଙ୍କ ଦୁଇ ପୁଅ ଅମୂଲ୍ୟ ଗୋପାଳ (୭) ଓ ଗିରିଧାରୀ ଗୋପାଳ (୪) ଗତକାଲି ସକାଳେ ଘରେ ଭାତ ଖାଇ ସ୍କୁଲକୁ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ ବି ଖାଇଥିଲେ । ହଠାତ୍ ପେଟରେ ଯନ୍ତ୍ରଣା ହେବାରୁ ସ୍କୁଲରୁ ଫେରି ଆସିଥିଲେ ଆଉ ସ୍କୁଲକୁ ଯାଇନଥିଲେ । ରାତିରେ ବି କିଛି ଖାଇନଥିଲେ ।

{"id":223826,"sizeSlug":"large"}

କିନ୍ତୁ ଆଜି ସକାଳେ ଦୁଇ ପୁଅଙ୍କ ସହ ବାପା ବେଣୁ ଗୋପାଳ ଓ ମା’ ଶକୁନ୍ତଳା ଗୋପାଳଙ୍କର ଝାଡା ବାନ୍ତି ଆରମ୍ଭ ହୋଇଥିଲା । ବାପା ମା’ ଓ ଦୁଇ ପୁଅଙ୍କୁ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ଅଧା ବାଟରେ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିଲା ।

{"id":223827,"sizeSlug":"large"}

ବର୍ତ୍ତମାନ ବାପା ଓ ମା’ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅଛନ୍ତି । ଏହି ଘଟଣା ପରେ ଚନ୍ଦାହାଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶୋକାକୁଳ ପରିବାରଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.