ନିଜ ପାଇଁ ସଞ୍ଚିଥିଲେ, ଅନ୍ୟମାନଙ୍କ ପାଇଁ ଦେଇଦେଲେ : ଦୁଇ ଶିଶୁଙ୍କ ୯ହଜାର ୭୨୦ଟଙ୍କାର କରୋନା ସହାୟତା

Published By : Prameya-News7 Bureau | April 28, 2020 IST

ଆନନ୍ଦପୁର ୨୮।୦୪: ବର୍ତ୍ତମାନ ପରିସ୍ଥିତିରେ ସାମାଜି ଦୂରତ୍ବକୁ ଦୃଷ୍ଟିରେ ରଖି ସରକାର ଚା ଷ୍ଟଲ ଖୋଲିବାକୁ ବାରଣ କରିଛନ୍ତି । ଯାହାଫଳରେ ଲୋକଙ୍କୁ ଚା ପିଆଇ ନିଜ ପରିବାର ଚଳାଇବା ଚିନ୍ତା ଘାରିଛି । ଏହି ଚା ବାଲା ମାନେ ୧ମାସ ରୁ ଅଧିକ ଦିନ ହେବ ହାତବାନ୍ଦି ଘରେ ବସିଛନ୍ତି । ଏ ଭଳି ସଂକଟ ସମୟରେ ଘସିପୁରା ଅଞ୍ଚଳର ଜଣେ ଚା ବାଲାଙ୍କ ଝିଅ ଇପ୍‌ସିତା ବେହେରା ଆଜି ମୁଖ୍ୟମନ୍ତ୍ରୀ ଙ୍କ କୋଭିଡ ରିଲିଫ୍ ଫଣ୍ଡକୁ ୭ହଜାର ୨ଶହ ୨୦ ଟଙ୍କା ଦାନ କରିଛନ୍ତି ।

{"id":261394,"sizeSlug":"large"}

ଇପ୍‌ସିତାଙ୍କୁ ସମୟ ସମୟରେ ବାପା ଦେଇଥିବା ଟଙ୍କାକୁ ସେ ଅଜଥାରେ ଖର୍ଚ୍ଚ ନକରି ସଂଚୟ କରୁଥିଲେ । ଏବଂ ଏହି ଅର୍ଥକୁ ସେ ଆଜି କରୋନା ପିଡିତଙ୍କ ସହାୟତା ପାଇଁ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି । ଇପ୍‌ସିତା ସ୍ଥାନିୟ ଏକ ଘରୋଇ ଓଡିଆ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା କହିଛନ୍ତି ।

{"id":261395,"sizeSlug":"large"}

ତାଙ୍କ ବାପା ବିଶ୍ରବାନନ୍ଦ ବେହେରା ସ୍ଥାନିୟ ଖପରାଖାଇ ଛକର ଚା ଦୋକାନୀ ରହିଛି । ସେହିପରି ଘସିପୁରା ଅଞ୍ଚଳର ର ଷ୍ଟାଡାର୍ଡ ୧ ରେ ପାଠ ପଢୁଥିବା ଜଣେ କୁନି ଝିଅ ଚିନ୍ମୟୀ ସାହୁ ମଧ୍ୟ ନିଜ ସଂଚିତ ଅର୍ଥ ୨ହଜାର ୫୦୦ ଟଙ୍କା କୋଭିଡ୍ ଫଣ୍ଡ କୁ ଦାନ କରିଛନ୍ତି । ଚିନ୍ମୟୀ ଘସିପୁରା ଗାଁ ବ୍ୟବସାୟୀ ଚନ୍ଦନ ସାହୁ ଝିଅ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.