ଗାଧୋଇବା ବେଳେ ନାଳରେ ବୁଡି ଗଲେ ୨ ଶିଶୁ

Published By : Prameya-News7 Bureau | January 14, 2021 IST

ଟିଟିଲାଗଡ ୧୪।୦୧: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼ ହାଟପଡା ନିକଟ ନାଳରେ ଗାଧୋଉଥିବା ବେଳେ ୨ ଜଣ ଶିଶୁ ବୁଡି ମୃତ୍ୟୁ  ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଘଟଣାର ସୂଚନା ମିଳିବା ମାତ୍ରେ  ଅଗ୍ନିଶମ କର୍ମଚାରୀ ପହଞ୍ଚି ଜଣେ କୁନି ମୃତ ଝିଅକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଶିଶୁକୁ ଖୋଜାଖୋଜି କରିଥିଲା। କିଛି ସମୟ ପରେ ଦ୍ଵିତୀୟ ଶିଶୁକୁ ଉଦ୍ଧାର କରାଯାଇ ଟିଟିଲାଗଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି। ମୃତକ ଦୁଇ ଶିଶୁ ହେଲେ ସରୋଜ ପାଢୀଙ୍କ ଝିଅ ଶ୍ରଦ୍ଧା ପାଢ଼ୀ ଓ ଅଶୋକ ରଥଙ୍କ ଝିଅ ରାକ୍ଷୀ ରଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.