ଖୋର୍ଦ୍ଧାରେ ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

Published By : Prameya-News7 Bureau | September 15, 2018 IST

ଖୋର୍ଦ୍ଧା ୧୫|୯: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ମାଟିଗାଡିଆ ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଦୁଇ ଜଣ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣ ପୋଖରୀରେ ବୁଡିଯାଇ ଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ୫ ବର୍ଷୀୟ ଆଲିଶା ବେହେରା ଓ ୪ ବର୍ଷୀୟ ଶ୍ରାବଣୀ ବେହେରା । ସୂଚନାଯୋଗ୍ୟ ଯେ ଶ୍ରାବଣୀଙ୍କ ଜେଜେମାଙ୍କ ସହ ଉଭୟ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଗୋଡ ଖସିଯିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀ ସେଠାରୁ ତାଙ୍କୁ ଉଦ୍ଧାର କରିବା ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.