କେନ୍ଦୁଝରରେ କାନ୍ଥ ଭୁଶୁଡି ଦୁଇ ଶିଶୁ ମୃତ ; ମାଆ ଓ ଜଣେ ଶିଶୁ ଗୁରୁତର

Published By : Prameya-News7 Bureau | September 10, 2018 IST

କେନ୍ଦୁଝର ୧୦|୯: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମନୋହରପୁର ଗାଁର ଅଭାବନୀୟ ଘଟଣା ଘଟିଛି । ଘରର କାନ୍ଥ ପଡି ୨ ଶିଶୁଙ୍କକ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ମନୋହରପୁର ଗାଁର ଜଗା ମୁଣ୍ଡାଙ୍କ ପତ୍ନୀ ରୁକ୍ମିଣୀ ମୁଣ୍ଡା ତାଙ୍କର ତିନି ଝିଅ ଓ ପୁଅ ସହ ଘରେ ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଦୁଇ ଶିଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ମୃତ ଶିଶୁ ହେଲେ ୩ ବର୍ଷର ଶ୍ରୀରାମ ମୁଣ୍ଡା ଓ ୪ ବର୍ଷର ଗୀତା ମୁଣ୍ଡା । କାନ୍ଥ ଭୁଶୁଡିବା ଫଳରେ ମାଆ ରୁକ୍ମିଣୀ ଓ ୬ବର୍ଷର ଝିଅ ହେମଲତା ମୁଣ୍ଡା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଘଟଗାଁ ବିଡିଓ ଏବଂ ତହସିଲଦାର ପହଞ୍ଚି ତଦାରଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.