Two Child Policy: ଭାରତ ପାଇଁ ଦୁଇ ଶିଶୁ ନୀତି କାହିଁକି ଜରୁରୀ ? ଏହାର କାରଣ କହିଲେ ବିଶେଷଜ୍ଞ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮।୦୬: ଭାରତର ମୋଟ୍ ଜନସଂଖ୍ୟା ପ୍ରାୟ ୧୩୭ କୋଟି ହେବ। ଏହା ବିଶ୍ଵର ମୋଟ୍ ଜନସଂଖ୍ୟାର ୧୭.୭ ପ୍ରତିଶତ। ୨୦୧୦ରେ ଲାସେଣ୍ଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୪୮ ମସିହାରେ ଭାରତର ଜନସଂଖ୍ୟା ବୃଦ୍ଧି ଘଟି ସର୍ବାଧିକ ୧୬୦ କୋଟିରେ ପହଞ୍ଚିବ। ଏହା ପରେ ଧୀରେ ଧୀରେ ଏଥିରେ ହ୍ରାସ ଘଟିବ। ଏଥିରେ ପ୍ରକାଶିତ ତଥ୍ୟକୁ ନେଇ ମତଭେଦ ହୋଇପାରେ। କିନ୍ତୁ ଏହା ସ୍ପଷ୍ଟ ଯେ, ଭାରତରେ ପ୍ରଜନନ ହାର ପ୍ରତି ମହିଳା ପିଛା ଦୁଇଟି ପିଲା ରହିଛି।

ନିକଟରେ ଚୀନ ନିଜର ପ୍ରଜନନ ନୀତିରେ ପରିବର୍ତ୍ତନ କରିଛି ଏବଂ ପ୍ରତି ମହିଳାଙ୍କୁ ତିନୋଟି ଶିଶୁ ଜନ୍ମ କରିବାକୁ ଅନୁମତି ଦିଆଯାଇଛି। ଅଧିକ ଜନସଂଖ୍ୟାର ସେ ପର୍ଯ୍ୟନ୍ତ ଫାଇଦା ନାହିଁ, ଯେ ପର୍ଯ୍ୟନ୍ତ ଲୋକେ ସେମାନେ ବୈଷେୟିକ ଦୃଷ୍ଟିରୁ ଦକ୍ଷ ନୁହନ୍ତି। ଅର୍ଥାତ ଭାରତର ବଢୁଥିବା ଜନସଂଖ୍ୟାକୁ ରୋକିବା ପାଇଁ ଦୁଇ ନୀତି ପିଲା ଉପରେ କାମ କରିବା ଜରୁରୀ ଅଟେ।

{"id":472675,"sizeSlug":"large","linkDestination":"none"}

ଭାରତର ଜନତା ବିଶେଷ କରି ଯୁବ ଶ୍ରମିକ ଯାହାଙ୍କ ସଂଖ୍ୟା ୨୦୩୦ରେ ଚୀନଠୁ ଅଧିକ ହେବ। ସେମାନଙ୍କୁ କେବଳ ବୈଷେୟିକ ଦୃଷ୍ଟିରୁ ଦକ୍ଷ କଲେ ହେବ ନାହିଁ ବରଂ ବିଭିନ୍ନ ପ୍ରକାରର ସରକାରୀ ଲାଭ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ସେମାନଙ୍କୁ ପ୍ରଜନନ ହାର କମାଇବା ଦିଗରେ ପ୍ରୋତ୍ସାହିତ କରିବାକୁ ପଡିବ। ଦେଶରେ ସର୍ବ ପ୍ରଥମେ ୧୯୫୨ରେ ପରିବାର ନିୟୋଜନ ଲାଗୁ କରାଯାଇଥିଲା। ମାତ୍ର ଏହାର ଆଶାନୁରୂପ ପରିଣାମ ମିଳିନଥିଲା। ଏହା ପଛର ବଡ କାରଣ ଭାରତୀୟଙ୍କଠାରେ ଶିକ୍ଷାର ଅଭାବ ଥିଲା। ଏହି କାରଣରୁ ଦେଶ ନିଜର ଆର୍ଥିକ ସ୍ଥିତି ସୁଦୃଢ କରି ପାରିନଥିଲା। ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନାର ଆରମ୍ଭ ୨୦୧୫ରେ କରିଥିଲେ। ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଥିଲା। ଏହା ପରୋକ୍ଷରେ ପ୍ରଜନନ ହାରକୁ ରୋକିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି।

{"id":472676,"sizeSlug":"large","linkDestination":"none"}

ଭାରତର ବିଭିନ୍ନ ପ୍ରାନ୍ତର ତଥ୍ୟ ଦେଖିଲେ, ଦକ୍ଷିଣ ଓ ପଶ୍ଚିମର ସମସ୍ତ ରାଜ୍ୟର ପ୍ରଜନନ ହାର ମହିଳା ପିଛା ଦୁଇଟି ଶିଶୁରୁ କମ ରହିଛି। କେବଳ ଏତିକି ନୁହେଁ, ଏଥିରେ ନିରନ୍ତର ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପରି ରାଜ୍ୟରେ ପ୍ରଜନନ ହାର ଉପରେ ରହିଛି। ଉତ୍ତରପ୍ରଦେଶରେ ପ୍ରଜନନ ହାର ଦୁଇରେ ରଖିବାକୁ କଡା ପଦକ୍ଷେପ ଉଠାଇବାକୁ ପଡିବ। ଯାହାଙ୍କ ଦୁଇଟି ପିଲା ଅଛନ୍ତି, ସେହି ପରିବାରକୁ ସରକାରୀ ଯୋଜନାର ଅଧିକ ଲାଭ ଦେବା ଉପରେ ପଦକ୍ଷେପ ନେବା ଉଚିତ୍। ଏମିତି ହେଲେ ଜନତା ସେଥିପ୍ରତି ସଜାଗ ହେବେ। ସେଥିରେ ସେମାନଙ୍କର ଜୀବନସ୍ତରରେ ମଧ୍ୟ ସୁଧାର ଆସିବ। ପିଲାଙ୍କୁ ଭଲ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ସୁନିଶ୍ଚିତ ହୋଇ ପାରିବ।

{"id":472677,"sizeSlug":"large","linkDestination":"none"}

ଏଥିସହ ଆହୁରି ଅନେକ ପଦକ୍ଷେପ ମଧ୍ୟ ଉଠାଇବାକୁ ପଡିବ। ଯଦି ସରକାର ବୈଷେୟିକ ଶିକ୍ଷା ଉପରେ ଜୋର ଦିଅନ୍ତି ଏବଂ ମାଗଣାରେ ସମସ୍ତଙ୍କୁ ଶିକ୍ଷା ଯୋଗାଇ ଦିଅନ୍ତି ତେବେ ଉତ୍ତର ପ୍ରଦେଶର ପ୍ରଜନନ ହାର ହ୍ରାସ  ଘଟିବ। ଏହା ଠିକ୍ ଯେ, ସରକାର ଆମେ ଦୁଇ ଆମର ଦୁଇର ମହତ୍ଵ ଜନତାଙ୍କୁ ବୁଝାଇଛନ୍ତି। ମାତ୍ର ଶିକ୍ଷାର ଅଭାବ ଓ ମାଗଣା ସ୍ଵାସ୍ଥ୍ୟ ସେବା ଉପଲବ୍ଧ ନହେବା ପର୍ଯ୍ୟନ୍ତ ଜନ୍ମହାର ନିୟନ୍ତ୍ରଣ କରାଯାଇ ପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏମିତି ନହେଲେ ଜନସଂଖ୍ୟା ବିସ୍ଫୋରଣରେ ଦେଶରେ ଆହୁରି ବେରୋଜଗାରି, ଗରିବୀ ଓ ସ୍ଵାସ୍ଥ୍ୟ ସେବା ସଙ୍କଟ ବଢି ଚାଲିଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.