ଖେଳ ହେଲା କାଳ : ପୋଖରୀରେ ବୁଡି ୮ବର୍ଷର ଯାଆଁଳା ଭାଇଙ୍କ ମୃତ୍ୟୁ

Published By : Prameya-News7 Bureau | June 04, 2020 IST

ପାଟଣା ୪।୬: ଖେଳ ହେଲା କାଳ । ଖେଳୁ ଖେଳୁ ପୋଖରୀରେ ବୁଡିଗଲେ ଦୁଇ ଭାଇ । ମୃତ ଦୁଇ ଭାଇଙ୍କ ବୟସ ୮ ବର୍ଷ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କୀ ସାହିରେ ।

{"id":281068,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଗାଁ ପୋଖରୀ ନିରଟରେ ଦୁଇ ଭାଇ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତୁରୁମୁଙ୍ଗା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଭାଇ ହେଲେ ବାଦଲ ନାଏକ ଏବଂ ଆକାଶ ନାଏକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.