ସ୍କୁଲକୁ ବହି ଆଣିବାକୁ ଯାଇ ଫେରିଲେନି ଘରକୁ : ଦଶମ ଓ ନବମ ଶ୍ରେଣୀର ୨ ଛାତ୍ର ନିଖୋଜ

Published By : Prameya-News7 Bureau | January 12, 2021 IST

ପିପିଲି ୧୨।୧: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କମଳାସାଗର ପାଟଣା ଗ୍ରାମର ଦୁଇ ସ୍କୁଲ ଛାତ୍ର ନିଖୋଜ । ଏ ନେଇ ପରିବାର ପକ୍ଷରୁ ସୋମବାର ସନ୍ଧ୍ୟାରେ ପିପିଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଉଭୟଙ୍କୁ ଖୋଜାଖୋଜି କରୁଛି ।

ସୂଚନାଯୋଗ୍ୟ ଯେ, ଛାତ୍ର ଦୁଇ ଜଣ ସୋମବାର ସକାଳ ୭ଟା ୩୦ମିନିଟ୍ ରେ ଘରୁ ସାଇକେଲରେ ସ୍କୁଲକୁ ବହି ଆଣିବା ପାଇଁ ଯାଇଥିଲେ । ହେଲେ ସେମାନେ ଆଉ ଫେରିନଥିଲେ । ଦୁଇ ଜଣ ଛାତ୍ର ହେଲେ ସେହି ଗାଁର ପବିତ୍ର ଦାସଙ୍କ ୧୪ ବର୍ଷର ପୁଅ ନିରଞ୍ଜନ ଦାସ ଏବଂ କେଦାର ବେହେରାଙ୍କ ୧୩ ବର୍ଷର ପୁଅ ସୂର୍ଯ୍ୟକାନ୍ତ ବେହେରା । ନିରଞ୍ଜନ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସୂର୍ଯ୍ୟକାନ୍ତ ନବମ ଶ୍ରେଣୀରେ ପଢୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.