ଯାଜପୁରରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର : ଅକଥନୀୟ ଅତ୍ୟାଚାର ଦିଆଯାଇଥିବା ଅଭିଯୋଗ

Published By : Prameya-News7 Bureau | September 03, 2019 IST

ଯାଜପୁର ୩/୯: ଯାଜପୁର ଜିଲ୍ଲାରେ ବଡିଚାଲିଛି  ଶିଶୁ ଶ୍ରମିକଙ୍କ ସଂଖ୍ୟା । ଫେଲ ମାରୁଛି ସରକାରଙ୍କର ସମସ୍ତ ଆଇନ  ଓ ସଚେତନତା । ଅକଥନୀୟ ଅତ୍ୟାଚାର ହୋଇ  ଚାଲୁଅଛି  ଶିଶୁ ଶ୍ରମିକ ମାନଙ୍କ ଉପରେ , ତାହାପୁଣି ଜିଲ୍ଲା ମୁଖ୍ୟ କାର୍ଜ୍ୟାଳୟର ଖୁବ ନିକଟରେ ହେଲେ ତାହାର  ଟେର ପାଉନି ଜିଲ୍ଲା ପ୍ରଶାସନ । ଜଣେ  ବିହାରୀ ଗୁପ ଚୁପ ବିକ୍ରେତା ଏକ ନାବାଳକ ଶିଶୁ ଶ୍ରମିକ ଉପରେ ଅକଥନୀୟ ଅତ୍ୟାଚାର କରିଥିବାର ଆସିଛି ସଙ୍ଗିନ ଅଭିଯୋଗ।

{"id":152402}

ଯାଜପୁର ଏନସି କଲେଜ ନିକଟରେ ଠେଲା ମାଧ୍ୟମରେ  ଗୁପ୍ ଚୁପ ବିକ୍ରୀ କରୁଥିବା ଏକ ବିହାରୀ  ଏକ ଶିଶୁ ଶ୍ରମିକକୁ ରାଖ ତାର କାର୍ଯ୍ୟରେ ୧୨ ଘଣ୍ଟାରୁ ଅଧିକ ସମୟ ଖଟାଉ ଥିଲା । ଶିଶୁ ଟି ଏହାର ବିରୋଧ କରିବାରୁ ହେଉଥିଲା ତାହା ଉପରେ ଅକଥନୀୟ ମାଡ । ଏପରିକି ଉକ୍ତ ଶିଶୁକୁ ତାର ପରିବାର ସହ ଯୋଗାଯୋଗ କରାଇ ଦିଆଯାଉନଥିଲା । କିଛି ସମାଜ ସେବୀ  ଉକ୍ତ ଠେଲା ପାଖକୁ  ଗୁପ ଚୁପ ଖାଇବାକୁ ଯାଇଥିବା ସମୟରେ  ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବାର ଦେଖି ଘଟଣାର ଖୋଳତାଡ କରିଥିଲେ । ଅକଥନୀୟ ଅତ୍ୟାଚାର ସହ  ମାଡ ଦ୍ଵାରା ନିଜ   ଦେହରେ ସୃଷ୍ଟି ହୋଇଥିବା କ୍ଷତ ବ୍ୟଖତ ର ଚିହ୍ନ  ଶିଶୁଟି ଦେଖାଇବା ପରେ ଉକ୍ତ ସମାଜ ସେବୀ  ସଙ୍ଗେ ସଙ୍ଗେ   ଶିଶୁ ସୁରକ୍ଷା ୟୁନିଟ କୁ  ଖବର ଦେଇଥିଲେ । ତତକ୍ଷଣାତ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ତାଙ୍କ ଟିମ ସହ ଘଟଣା  ସ୍ତଳକୁ ଯାଇ ସେଠାରେ ଥିବା ସମସ୍ତ ଗୁପ ଚୁପ ବିକାଳୀଙ୍କ ଉପରେ ଛଡାଉ କରି ୨ ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଯାଜପୁର ବାଲାଶ୍ରମରେ ଛାଡିଥିଲେ

{"id":152403}

ଶିଶୁ ସୁରକ୍ଷା କମିଟି ଶିଶୁ ଶ୍ରମିକ ୨ ଜଣଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ଅତ୍ୟଧିକ ମାଡ ପରେ ଗୋଟିଏ ପିଲାର କ୍ଷତ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପିଲାଟି ଭଲ ଥିବାର କହିଛନ୍ତି ଡାକ୍ତର । ଏପଟରେ ବାହାର ରାଜ୍ୟରୁ ଆସି ଏଠାରେ ଅତି ନିର୍ମମ ଭାବେ ଶିଶୁ ଶ୍ରମିକ ମାନଙ୍କକୁ ନିର୍ଯ୍ୟାତନା ଦେଉଥିବା ଗୁପ ଚୁପ ବିକାଳିଙ୍କ ବିରୁଦ୍ଧରେ କିପରି ଭାବେ ଦୃଡ କାର୍ଜ୍ଯାନୁଷ୍ଟାନ ନିଆଯାଇପାରିବ , ସେଥିପାଇଁ ଏହି ଘଟଣା ସମ୍ପର୍କରେ  ସମ୍ପୂର୍ଣ ଭାବେ ତଦନ୍ତ କରିବା ପରେ  ପୋଲିସରେ ଅଭିଯୋଗ କରାଯିବାର କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି  ଅଦ୍ଧକ୍ଷା  ।

ସମାଜରୁ କେବେ ଅନ୍ତ ହେଉଛି ଶିଶୁ ଶ୍ରମିକ ମାନଙ୍କର ଦୁଖ ? ଆଉ ଶିଶୁ ଶ୍ରମିକଙ୍କ ମନରେ କେବେ ଫୁଟିଉଠୁଛି  ନୂତନ ଆଶାର ଆଲୋକ ତାହାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.