ବାତ୍ୟା ବିପନ୍ନଙ୍କୁ ସହାୟତା, ପକେଟ୍ ମନିର ସଞ୍ଚିତ ଅର୍ଥ ଦାନକଲେ ଭାଇଭଉଣୀ

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ବାତ୍ୟା ଫୋନି ପିଡୀତଙ୍କୁ ସାହାଯ୍ୟ ଉଦ୍ଦେଶ୍ୟରେ କୁନି ଭାଇଭଉଣୀଙ୍କ ଅର୍ଥଦାନ । ପକେଟ୍ ମନିରୁ ପଇସା ସଞ୍ଚିଥିବା ଏହି କୁନି ଭାଇଭଉଣୀ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ହଜାର ଟଙ୍କା ଦାନ କରିଛନ୍ତି । ଭୁବନେଶ୍ବର ପୋଖରୀପୁଟ ଡିଏଭି ସ୍କୁଲର ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି ଆଦିତୀ ଦାସ ଏବଂ ୟୁକେଜିରେ ପଢୁଥିବା ତାଙ୍କ ଭାଇ ଅର୍ଣ୍ଣବ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ୫ହଜାର ଟଙ୍କା ପ୍ରଧାନ କରିଛନ୍ତି । ପକେଟ୍ ମନିରୁ ସଞ୍ଚୟ କରଥିବା ଉଭୟ ବାତ୍ୟା ପୀଡିତଙ୍କୁ ଦେବାକୁ ଇଚ୍ଛା କରିଥିଲେ । ଏହି ସଞ୍ଚିତ ଟଙ୍କାରେ ବାସହରା ଲୋକଙ୍କ ଘର ତିଆରି ହେଉ ବୋଲି ଉଭୟ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଆଦିତୀ ଏବଂ ଅର୍ଣ୍ଣବଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ୟର ବିପଦ ବେଳେ ଠିଆ ହୋଇଥିବାରୁ ଉଭୟଙ୍କୁ ଧନ୍ୟବାଦ ଦେଇଛନ୍ତି ।  ଅର୍ଣ୍ଣବ ଏବଂ ଆଦିତୀଙ୍କ ଏଭଳି ପ୍ରୟାସଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.