ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଶିଶୁ ମୃତ

Published By : Prameya-News7 Bureau | July 02, 2019 IST

ନୟାଗଡ ୨|୭:  ନୟାଗଡ ଜିଲ୍ଲା ଫତେଗଡ ଥାନା ନିହାଲପ୍ରସାଦ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତ୍ରିନାଥ ବେହେରାଙ୍କ ୭ ବର୍ଷର ପୁଅ ସୁମନ୍ତ ଓ ଟୁକୁନା ବେହେରାଙ୍କ ୫ ବର୍ଷର ପୁଅ ରାଜେଶ । ଉଭୟ ସଂପର୍କୀୟ ଭାଇ ।

{"id":129696}

ସୂଚନାଯୋଗ୍ୟ ଯେ, ଆଜି ଦୁଇ ଜଣ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରିବାରଲୋକଙ୍କ ସହ ଗାଁ ଲୋକେ ବହୁ ଖୋଜା ଖୋଜି କରିବା ପରେ ପୋଖରୀରେ ୨ ଜଣଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ । ଉଭୟଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.