ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟା ମୃତ
22/06/2019 at 4:40 PM

ବାଲେଶ୍ବର ୨୨|୬: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବଗଚରା ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡିଯାଇ ଦୁଇ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବଗଚରା ଗାଁର ଦୁଇ ଶିଶୁ କନ୍ୟା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । କୌଣସି କାରଣ ବଶତଃ ପୋଖରୀରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ ଖସିଯାଇଥିଲା । ଫଳରେ ଉଭୟ ପାଣିରେ ବୁଡି ଯାଇଥିଲେ । ଉଭୟ ଶିଶୁ କନ୍ୟାଙ୍କର ମୃତ୍ୟ ହୋଇଛି । ମୃତ ଶିଶୁ ହେଲେ ବର୍ଷା ପରମାଣିକ ଏବଂ ମାମା ଜେନା ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021