Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତାରେ ସାଇଡ୍ ମାରିଲା ବସ୍, ଓଲଟିପଡିଲା ଗୋଟିଏ କାର୍, ଅନ୍ୟଟି ପାଣିରେ ଭାସିଲା

ଭଦ୍ରକ ୧୫।୨: ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ଆଖୁଆପଦାଠାରେ ଦୁର୍ଘଟଣା ଘଟିଛି । ବସ୍ ସାଇଡ୍ ମାରିବାରୁ ଗୋଟିଏ କାର୍ ପାଣି ଭିତରେ ଖସିପଡିଥିବା ବେଳେ ଆଉ ଗୋଟିଏ କାର୍ ରାସ୍ତା ଉପରେ ଓଲଟିପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ଆଖୁଆପଦାଠାରେ ଗୋଟିଏ ଓମିନି କାର୍ ଓ ଇଣ୍ଡିଗୋ କାର୍ ଭଦ୍ରକ ଆଡକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ବସ୍‌ଟି ସାଇଡ୍ ମାରିଦେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଇଣ୍ଡିଗୋଟି ରାଜପଥ ପାର୍ଶ୍ବରେ ତିବା ଖାଲକୁ ଖସିପଡିଛି । ଓମିନି ଗାଡିଟି ରାସ୍ତା ଉପରେ ଓଲଟି ପଡିଥିଲା । କାରରେ କେବଳ ଡ୍ରାଇଭର ଥିବାବେଳେ ଓମିନିରେ ୩ଜଣ ଯାତ୍ରୀ ଥିଲେ । ଓମିନି ଡ୍ରାଇଭରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡ଼ାଯାଇଛି । ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

   Related Posts