Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବେଳେ ଦୁଇ ଲୁଟେରା ଗିରଫ

6/08/2018 at 12:46 PM

ବାଲେଶ୍ୱର ୬/୮ : ବାଲେଶ୍ୱର ଷ୍ଟେସନ ନିକଟରେ ଥିବା ଏସ୍ ବି ଆଇ ଏଟିଏମ୍ ରୁ ଟଙ୍କା ଲୁଟ୍ କରିବାକୁ ଉଦ୍ୟମ ବେଳେ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୁଲିସ । ସେମାନଙ୍କର ନାମ ସୁଦେବ ରାୟ ଓ ମିଥୁନ କୁମାର ସିଂ। ଉଭୟଙ୍କର ଘର ବାଂଲାଦେଶରେ ବୋଲି ଜଣାପଡିଛି। ସୁଦେବ ଗତକାଲି ରାତିରେ ଏଟିଏମ୍ ଭିତରେ ପସି ତାର ବ୍ୟାଟେରି କନେକ୍ସନଟିକୁ କାଟିଦେଇଥିଲେ । ପରେ ସେ ସିସିଟିଭି କ୍ୟାମେରାର କନେକ୍ସନ କାଟିବାକୁ ବସିଥିବା ବେଳେ ସହଦେବଖୁଣ୍ଟା ଥାନା ଅଧିକାରୀ ସେଠାରେ ପହଞ୍ଚି ସୁଦେବକୁ ଧରିଥିଲେ । ପରେ ପୁଲିସ ଷ୍ଟେସନ ନିକଟରୁ ମିଥୁନକୁ ଧରିଥିଲେ। ସେମାନଙ୍କ ସହ ଆହୁରି କିଛି ବ୍ୟକ୍ତି ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ଏହା ପୂର୍ବରୁ ଗତ 3ମାସ ମଧ୍ୟରେ ବାଲେଶ୍ୱର ସହରର ସୁନହଟ, ଆଇ ଟି ଆଇ ଛକ ଓ ରାଣୀପାଟଣା ଛକରେ ଏଟିଏମ୍ ଲୁଟେରାମାନେ ଏଟିଏମ୍ ଲୁଟ କରିବାକୁ ଆସି ୨ଟି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଥିଲେ। ହେଲେ ଗତକାଲି ସେମାନେ ଲୁଟ୍ କରିବା ପୂର୍ବରୁ ପୁଲିସ ହାତରେ ଧରାପଡି ଯାଇଥିଲେ। ସେମାନଙ୍କ ନିକଟରୁ ପୁଲିସ କିଛି ଏଟିଏମ୍ କାର୍ଡ, ବିମାନ ଟିକେଟ , ଟ୍ରେନ ଟିକେଟ ଓ ଭୋଟର ଆଇଡି କାର୍ଡ ଜବତ କରିଛି।

   Related Posts