Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଡିଲ୍ ପାଇଁ ଆସିଥିଲେ ୨ ଆନ୍ତଃରାଜ୍ୟ ବେପାରୀ, ମାଡିବସିଲା ଏସଟିଏଫ୍ : କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

14/09/2021 at 2:53 PM

ଭୁବନେଶ୍ବର ୧୪।୯: ଏସଟିଏଫ୍ ପଞ୍ଝାରେ ପୁଣି ଡ୍ରଗ୍ସ ବେପାରୀ । ଡିଲ୍ ପାଇଁ ଆସିଥିବା ଦୁଇ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ମାଡିବସିଲା ଏସଟିଏଫ୍ । ଦୁଇ ବେପାରୀଙ୍କ ନିକଟରୁ ୧ କେ.ଜି. ୨୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

ଓଡ଼ିଶାରେ ଲାଲ୍ ଗୋଲା ଗ୍ୟାଙ୍ଗ୍ । ପଶ୍ଚିମବଙ୍ଗରୁ ଓଡିଶା ଲିଙ୍କ୍ । ରାଜଧାନୀରେ ବ୍ରାଉନସୁଗାର ବେପାର କରିବାକୁ ଆସିଥିବା ବେଳେ ମାଡିବସିଲା ଏସଟିଏଫର ସ୍ବତନ୍ତ୍ର ଟିମ୍ । ରସୁଲଗଡ଼ ଓଭର ବ୍ରିଜ୍ ତଳେ ଡିଲ୍ ପାଇଁ ଅପେକ୍ଷାରେ ଥିଲେ ଦୁଇ ଆନ୍ତଃରାଜ୍ୟ ବ୍ୟବସାୟୀ । ଗୁଇନ୍ଦା ସୂଚନା ପାଇ ବାଲେଶ୍ବରରୁ ପିଛା କରିଥିଲା ଏସଟିଏଫ୍ ଟିମ୍ । ଦୁଇ ବ୍ୟବସାୟୀ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାର ରକିବୁଲ ଲାସ୍କର ଓ ସୁଧାନ୍ୟ ଗାଏନ ।  ଏମାନଙ୍କ ନିକଟରୁ ୧ କେ.ଜି. ୨୫ ଗ୍ରାମ୍ ଧଳାଜହର ଜବତ କରାଯାଇଛି ।

ଲାଲ୍ ଗୋଲା ଗ୍ୟାଙ୍ଗର କେତେ ସଦସ୍ୟ ଏବେ ଓଡ଼ିଶାରେ ପ୍ରବେଶ କରିଛନ୍ତି ?  ଓଡିଶାକୁ ଏହି ଗ୍ୟାଙ୍ଗ୍ କ’ଣ ଧଳାଜହରର ହବ୍ କରିବାକୁ ଯୋଜନା କରିଛି କି ? ଯାହା ଉପରେ ନଜର ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ଏସଟିଏଫ ୪୦ କେ.ଜି. ବ୍ରାଉନସୁଗାର ଜବତ କରିବା ସହ ୫୭ଜଣ ବେପାରୀଙ୍କୁ ଗିରଫ କରିଛି । ଏବେ ତଦନ୍ତ କରି ଆନ୍ତଃରାଜ୍ୟ ଡ୍ରଗ୍ସ ଲିଙ୍କକୁ ବାହାର କରିବ ଏସଟିଏଫ୍ ।

   Related Posts