ବାଇକ୍ ଲାଗି fb ଫ୍ରେଣ୍ଡକୁ ହତ୍ୟା, ୨ ଭାଇ ଗିରଫ

Published By : Prameya-News7 Bureau | November 12, 2019 IST

ବରେଲୀ : ଉତ୍ତରପ୍ରଦେଶ ବରେଲୀରେ ଦେଢମାସ ପୂର୍ବେ ଘଟିଥିବା ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କ୍ରାଇବ୍ରାଞ୍ଚ ପୋଲିସ। ମାମଲାରେ ୨ ଭାଇଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏକ ବାଇକ୍ ଲାଗି ସେମାନେ ମାତ୍ର ୬ ଦିନ ପୂର୍ବେ ଫେସବୁକ୍ ରେ ସାଙ୍ଗ କରିଥିବା ବାଳକକୁ ବିୟରରେ ବିଷ ଦେଇ ହତ୍ୟା  କରିଥିବା କହିଛି। ଯାହା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

{"id":183082}

ଯଦି ଆପଣଙ୍କର ଫେସବୁକ୍ ଆକାଉଣ୍ଟ ଅଛି ଓ କିଛି ଅଜଣା ଲୋକ ଆପଣଙ୍କ ସହ ଏଠାରେ ବନ୍ଧୁତା କରିଥାନ୍ତି ତେବେ ସେମାନଙ୍କ କଥା ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଯଦି କରିବେ କିଏ ଜାଣେ ଆପଣଙ୍କୁ ଲକି ବାଜପେୟୀ ଅବସ୍ଥା ଭୋଗିବାକୁ ନପଡିବ। ଲକି ଏକ ୧୭ ବର୍ଷ ବୟସ୍କ ବାଳକ ବରେଲି ଜିଆଇସିରେ ଏକାଦଶ ଶ୍ରେଣୀରେ ପଢୁଥିଲା। ଫେସବୁକ୍ ରେ ସେ ଏଭଳି ୨ ଜଣଙ୍କ ସାଙ୍ଗ ହୋଇଥିଲା ଯେଉଁମାନେ ତାକୁ ଘରକୁ ଡକାଇ ବିୟରରେ ବିଷ ପିଆଇ ଅଚେତ କରିବା ପରେ ଗଳାଚିପି ହତ୍ୟା କରିଛନ୍ତି।

{"id":183084,"width":582,"height":328}

ଗିରଫ ୨ ଭାଇ ହେଲେ ରୁହେଲ ଖଣ୍ଡ ମେଡିକାଲ କଲେଜର ପ୍ରଫେସର ୟଶପାଲ ମେହେଟାଙ୍କ ୨ପୁଅ ଦୀପକ ଓ ଗଗନ ମେହେଟା। ପଲିଟେକ୍ନିକ୍ ପଢୁଥିବା ଦୁଇ ଭାଇ ଅନେକ ଦିନରୁ ବାପାଙ୍କୁ ବାଇକ୍ କିଣି ଦେବାକୁ କହୁଥିଲେ। ହେଲେ ବାପା ଦେଉ ନଥିବାରୁ ସେମାନେ ଏଭଳି କାଣ୍ଡ କରିଛନ୍ତି। ଫେସ ବୁକରେ ସେମାନଙ୍କ ସହ ନୂଆକରି ସାଙ୍ଗ ହୋଇଥିବା ଗଙ୍ଗାନଗର କଲୋନୀର ଲକି ବାଜପେୟୀର ବାଇକ୍ ଥିବା ଜାଣିବାକୁ ପାଇଥିଲେ।  ଚାଟିଂ କରି ତାକୁ ବାଇକ୍ ନେଇ ଘରକୁ ଆସିବାକୁ ଡାକିଥିଲେ। ନୂଆ ବନ୍ଧୁଙ୍କ ଆମନ୍ତ୍ରଣ ପାଇ ଲକି ବାଇକରେ ସେମାନଙ୍କ ଘରକୁ ଆସିବା ପରେ ୨ ଭାଇ ତାକୁ ବିୟରରେ ଆପ୍ୟାୟିତ କରିଥିଲେ। ତେବେ ପୂର୍ବରୁ ବିୟରରେ ତା ଲାଗି ବିଷ ମିସାଇ ରଖିଥିଲେ। ଫଳରେ ଲକି ଅଚେତ ହେବାପରେ ତାକୁ ଦୁହେଁ ତଣ୍ଟିଚିପି ହତ୍ୟା କରି ଶବକୁ ଘରେ ଥିବା ଏକ ସିନ୍ଦୁକରେ ରଖି ଦେଇଥିଲେ।

{"id":183085}

ଶବରୁ ଦୁର୍ଗନ୍ଧ ହେବାରୁ ସେମାନେ ତାକୁ କମ୍ବଳରେ ବାନ୍ଧି ତା ମୋଟରସାଇକେଲର ନେଇ ଦିଲ୍ଲୀ-ଲକ୍ଷ୍ନୌ ଜାତୀୟ ରାଜମାର୍ଗରେ ଥିବା ଜଙ୍ଗଲରେ ଫିଙ୍ଗି ଚାଲିଆସିଥିଲେ। ପରେ ଲକିର ବାଇକକୁ କବାଡୀବାଲାକୁ ବିକି ପାଇଥିବା ଟଙ୍କାକୁ ମଉଜ ମସ୍ତିରେ ଉଡାଇ ଦେଇଥିଲେ। ସେପଟେ ଲକି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ତାର ସନ୍ଧାନ ନ ମିଳିବାରୁ ପୋଲିସରେ ଲିଖିତ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ ।

{"id":183086}

ପୋଲିସ ତଦନ୍ତ ବେଳେ ଲକିର ମୋଟର ସାଇକେଲ କବାଡିବାଲା ନିକଟରୁ ଜବତ ହୋଇଥିଲା। କବାଡିବାଲାର ସୂଚନା ଅନୁସାରେ ପୋଲିସ ୨ ଭାଇଙ୍କୁ ଡକାଇ ପଚରା ଉଚରା କରି ଛାଡି ଦେଇଥିଲା। ତେବେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପରେ ହତ୍ୟା ଘଟଣା ଉପରୁ ରହସ୍ୟ ହଟିଛି। ବାଇକ୍ ଚଳାଇବା ଲାଗି ୨ ଭାଇ ଲକିକୁ ଡାକି ଏପରି କାଣ୍ଡ କରିଥିବା ଜଣାପଡିଛି। ସେମାନଙ୍କ ଫେସବୁକ୍ ଚାଟ୍ ଓ କଲ ରେକର୍ଡସରୁ ପୋଲିସ ଦୀପକ ଓ ଗଗନ ହତ୍ୟାକାରୀ ବୋଲି ଜଣାପଡିଛନ୍ତି। ପରେ ପୋଲିସ ପଚରା ଉଚରାରେ ସେମାନେ ଦୋଷ ସ୍ୱୀକାର କରିଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ  କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.