ଗୋଟିଏ କୋଠରୀରେ ଦୁଇ ଭାଇଙ୍କ ମୃତଦେହ : ଜଣେ ଝୁଲୁଥିଲା , ଆଉ ଜଣେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା...

Published By : Prameya-News7 Bureau | June 28, 2020 IST

ଭୋପାଳ ୨୮।୦୬: କିଛି ଦିନ ହେଲା ଘର ଭିତରୁ କେହି ବାହାରିନଥିଲେ କି ବାହାରୁ କେହି ଘର ଭିତରକୁ ଯାଇଥିନଥିଲେ । ଶେଷରେ ରବିବାର ଦିନ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ ସଂପର୍କରେ ଭାଇ ହେବେ , ଏବଂ ଏଠାରେ ବହୁ ଦିନ ହେଲା ରହିଆସୁଛନ୍ତି ।  ମଧ୍ୟପ୍ରଦେଶର ବୀରାଗଡ ଅଞ୍ଚଳର ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା ।  ଘର ଭିତରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ପୂରା ଚାଞ୍ଚଲ୍ୟ ଖେଳାଇଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତେଦହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଯୋଗ୍ୟ ଯେ, ବୀରଗଡ ପୋଲିସ ଷ୍ଟେସନର ଟିଆଇ ଶିବପାଲ ସିଂ କୁଶୱା କହିଛନ୍ତି ଯେ, ୩୫ ବର୍ଷୀୟ ନରେଶ ଲାଲୱାନୀ ତାଙ୍କ ବଡ଼ ଭାଇ ଧର୍ମେଶ ଲାଲୱାନୀଙ୍କ ସହ ଆହ୍ଲାବାଦ ବ୍ୟାଙ୍କ ରୋଡ ନିକଟରେ ଥିବା ଏକ ବିଲଡିଂ ରହିଆସୁଥିଲେ। କିନ୍ତୁ ଗତ କିିଛି ଦିନ ହେଲା ଉଭୟଙ୍କୁ ଘର ଭିତରୁ ବାହାରିବାର କି ଘର ଭିତରକୁ କେହି ପ୍ରବେଶ କରିବାର ଦେଖିବାକୁ ମିଳିନଥିଲା । ଆଜି ବିଲଡିଂରୁ କ୍ରମାଗତ ଭାବେ ଗନ୍ଧ ବାହାରିବାର ଲାଗିଥିଲା । ପାଖ ଘରେ ରହୁଥିବା ଲୋକଙ୍କ ପାଇଁ ରହିବା ଭାରି କଷ୍ଟ ହେଉଥିଲେ । ଶେଷରେ ପଡୋଶୀ ଲୋକ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଘର ବନ୍ଦ ଥିବାର ଯିବାରେ କଷ୍ଟ ହେଉଥିଲା । ପୋଲିସ ପଡେଶୀ ଘରର ବାଲକୋନୀ ଡେଇଁ ଗନ୍ଧ ବାହାରୁଥିବା ଘର ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ , ଏବଂ ଶେଷରେ ସଫଳ ହୋଇଥିଲେ ପୋଲିସ ।

ନରେଶଙ୍କ ମୃତଦେହ ଘରର ଚଟାଣରେ ରକ୍ତରେ ଭିଜି ଯାଇଥିବା ଦେଖିବାକୁ ମିଳିଥିବାବେଳେ ଧର୍ମେଶଙ୍କୁ କବାଟ ପାଖରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ନରେଶଙ୍କ ଶବ ୭ ରୁ ୮ ଦିନ ଏବଂ ଧର୍ମେଶଙ୍କ ୩ ରୁ ୪ ଦିନ ପୁରୁଣା ଭଳି ମନେ କରାଯାଉଛି | ପୋଲିସ କହିଛି ଯେ ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । କିଏ ହତ୍ୟା କଲା ନା ଉଭୟ ଆତ୍ମହତ୍ୟ କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସଂପର୍କରେ ସତ୍ୟତା ଜଣାପଡିବ ।

ପୋଲିସ ଆହୁରୀ ମଧ୍ୟ କହିଛନ୍ତି ଯେ, ମୃତ ନରେଶ ଏବଂ ଧର୍ମେଶଙ୍କର ଏହି ଘର । ପ୍ରାୟ ୮ ବର୍ଷ ପୂର୍ବେ ତାଙ୍କ ପିତା ଦୌଲତରାମ ଅଜମେରର ଏକ ବୃଦ୍ଧାବସ୍ଥାରେ ରହିବାକୁ ଚାଲିଯାଇଥିଲେ। ସେବେଠାରୁ ଉଭୟ ଭାଇ ଏକାଠି ଏହି ଘରେ ରହିଆସୁଛନ୍ତି ।  ତାଙ୍କର ଜଣେ ଭଉଣୀ ମଧ୍ୟ ଅଜମେରରେ ଥିବା ଜଣାପଡିଛି । ଘଟଣାରେ ଛାନ୍‌ଭିନ୍‌ କରୁଥିବା ପୋଲିସଙ୍କୁ ତାଙ୍କ ସଂପର୍କୀୟ ମାନେ କହିଛନ୍ତି ଯେ, କିଛି ଦିନ ହେଲା ନରେଶଙ୍କ ଦେହ ଅସୁସ୍ଥ ରହିଥିଲା । ସେଥିପାଇଁ ଗତ କିଛି ଦିନ ହେଲା , ସେ ଖାଉନଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ନରେଶ ପାଇଁ ଧର୍ମେଶ ମଧ୍ୟ ଚିନ୍ତାରେ ରହିଥିଲେ । ତେବେ ଘଟଣାସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଛନ୍ତି । ଘଟଣାର ତଦନ୍ତ ହେବା ପରେ ପୁରା ସତ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.