Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଖେଳୁଥିବା ବେଳେ ଅସାବଧାନତା, ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୁତ୍ୟୁ

5/03/2021 at 10:45 PM

କେନ୍ଦୁଝର ୦୫।୦୩:  କେନ୍ଦୁଝରରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଭାଇଙ୍କର ମୁତ୍ୟୁ। କେନ୍ଦୁଝର ଝୁମ୍ପୁରା ବ୍ଲକ ଅର୍ଶଳା ଗ୍ରାମର ଏମ ଡି ଆନସାରୀଙ୍କ ଦୁଇ ପୁଅଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଗ୍ରାମଠୁ  ଅଳ୍ପ ଦୂରରେ ରହିଥିବା ବଡଭାଗ ପୋଖରୀ ନିକଟକୁ ଦୁଇ ଭାଇ ସାଇକେଲ ଧରି ଖେଳିବାକୁ ଯାଇଥିଲେ । ସେଠାରେ ଖେଳୁଥିବା ସମୟରେ ଅସାବଧାନତା ଯୋଗୁଁ ପୋଖରେ ଭିତରେ ପଡି ଯାଇଥିଲେ । ଏମଡି ଆନସାରୀଙ୍କ ଦୁଇ ପୁଅ ଆରକମ ଆନସାରୀ ( ୧୩ ) ଏବଂ ଆରହନ ଆନସାରୀ ( ୧୧ ) ଦୀର୍ଘ ସମୟ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ। ସେମାନେ ନେଇଥିବା ସାଇକେଲ୍‌ଟି ପୋଖରୀ ହୁଡାରେ ପଡିଥିବା ଦେଖିବାକୁ ପାଇଥିଲେ । ଏହା ପରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଦୁଇ ଭାଇ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ।

ପୋଖରୀରୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତୁରନ୍ତ ଝୁମ୍ପୁରା ଡାକ୍ତରଖାନକୁ ନେଇଥିଲେ।  କିନ୍ତୁ ଡାକ୍ତର ଦୁଇ ଭାଇକୁ ମୃତ ଘୋଷଣା କରିଥିଲେ। ପୋଖରୀରେ ବୁଡ଼ି ଦୁଇ ନାବାଳକର ମୁତ୍ୟୁ ହୋଇଥିବା ଖବର ପାଇ ଝୁମ୍ପୁରା ପୁଲିସ ଡାକ୍ତରଖାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଡାକ୍ତରଖାନା ପରିସରରେ ଲୋକଙ୍କ ଗହଳି ଲାଗି ରହିଥିବା ଦେଖିୋବାକୁ ମିଳିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts